ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ମା ହେବା ହେଉଛି ସବୁ ଠାରୁ ଶ୍ରେଷ୍ଠ ଅନୁଭୂତି। ଆଉ ଗତକାଲି ଥିଲା ମାତୃତ୍ବ ଦିବସ । ତେବେ ଏହି ଦିବସ ଅବସରରେ ପ୍ରିୟଙ୍କା ଚୋପ୍ରା ତାଙ୍କ ଝିଅ ମାଲତି ମାରିଙ୍କ ପ୍ରଥମ ଫଟୋ ସେୟାର କରିଛନ୍ତି। ଆକର୍ଷଣୀୟ ଫଟୋରେ ସେ ତାଙ୍କ ଗାୟକ-ଗୀତିକାର ସ୍ୱାମୀ ନିକ ଜୋନାସଙ୍କ ସହିତ ସେମାନଙ୍କର ନବଜାତ ଶିଶୁକୁ ଧରିଥିବାର ନଜର ଆସିଛନ୍ତି ଃ ସେ ଫଟୋ ସହିତ ଏକ ଲମ୍ବା ନୋଟ୍ ମଧ୍ୟ ଲେଖିଥିଲେ।
“NICU ରେ ୧୦୦ ରୁ ଅଧିକ ଦିନ ପରେ, ଆମର ଛୋଟଝିଅ ଶେଷରେ ଘରେ ଅଛି । ପ୍ରତ୍ୟେକ ପରିବାରର ଯାତ୍ରା ଅତୁଳନୀୟ ଏବଂ ଏକ ନିର୍ଦ୍ଦିଷ୍ଟ ସ୍ତରର ବିଶ୍ବାସ ଆବଶ୍ୟକ କରେ, ଏବଂ ଆମର କିଛି ମାସ ଆମ ପାଇଁ ଏକ ଚ୍ୟାଲେଞ୍ଜିଙ୍ଗ୍ ଥିଲା। ସେ ଛୋଟ ପିଲାଟିକୁ ନେଇ ଡାକ୍ତରଖାନାର ଡାକ୍ତର ଏବଂ ନର୍ସମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍ ସରୋଗେସି ମାଧ୍ୟମରେ ନିଜ ଝିଅକୁ ସ୍ୱାଗତ କରିଥିଲେ। ଜାନୁଆରୀ ମାସରେ, ସେମାନେ ଏହି ପୋଷ୍ଟ ସହିତ ସେମାନଙ୍କ ପରିବାରରେ ତାଙ୍କ କନ୍ୟାକୁ ସ୍ୱାଗତ କରିଛନ୍ତି।