ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଦିଲ୍ଲୀ ରେ ପହଞ୍ଚିଲେ କଂଗ୍ରେସ ଦଳ। ଆଜି ହେବ ମୁଖିଆଙ୍କ ସହ ଆଲୋଚନା। ନୂତନ ପିସିସ ଗଠନ କୁ ନେଇ ହେବ ଆଲୋଚନା। ନୂତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ମନୋନୟନ ପ୍ରସଙ୍ଗରେ ଦଳୀୟ ନେତାଙ୍କ ସହ ଆଲୋଚନା ପାଇଁ ରାଜ୍ୟ କଂଗ୍ରେସ ନେତାଗଣ ଦିଲ୍ଲୀରେ ପହଞ୍ଚିଛନ୍ତି । ଦୀର୍ଘ ଚାରି ବର୍ଷର ବ୍ୟବଧାନ ପରେ ରାଜ୍ୟ କଂଗ୍ରେସର ତୁଙ୍ଗନେତାଙ୍କ ସହ ରାହୁଳ ଗାନ୍ଧୀ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଏବଂ ଦଳୀୟ ବ୍ୟାପାରରେ ସିଧାସଳଖ ଆଲୋଚନା କରିବେ । ସେମାବାର ସଂଧ୍ୟା ୬ଟା ୩୦ରେ ସ୍ଥାନୀୟ ୧୨ , ତୋଗଲକ ଲେନସ୍ଥିତ ବାସଭବନରେ ବୈଠକ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ତେବେ ରାଜ୍ୟ କଂଗ୍ରେସ ନେତାଙ୍କ ସହ ଏକାଠି ବୈଠକ ମାଧ୍ୟମରେ ଆଲୋଚନା କରିବା ପରେ ପରେ କେତେକ ନିର୍ଦ୍ଦିଷ୍ଟ ନେତାଙ୍କ ସହ ଏକାନ୍ତରେ ମଧ୍ୟ ବିଚାରବିମର୍ଷ କରି ସେମାନଙ୍କ ମତାମତ ରାହୁଲ ପଚାରି ବୁଝିବାର କାର୍ଯ୍ୟକ୍ରମ ସ୍ଥିରହୋଇଥିଲା । ଭେଟଘାଟରେ ସମୁଦାୟ ୧୯ ଜଣ ନେତା ଉପସ୍ଥିତ ରହିବେ । ସେଥିମଧ୍ୟରେ ରାଜ୍ୟ କଂଗ୍ରେସର ୧୭ ଜଣ ଏବଂ କଂଗ୍ରେସ ଓଡ଼ିଶା ପ୍ରଭାରୀ ଡ . ଚେଲାକୁମାର ଏବଂ ସହପ୍ରଭାରୀ ରୁଦ୍ର ରାଜୁଙ୍କ ନାମ ରହିଛି ।
ଗତ ଏପ୍ରିଲରେ ଭୂବନେଶ୍ବର ଗସ୍ତ କରି ନୂତନ ପିସିସି ସଭାପତି ମନୋନୟନ ପ୍ରସଙ୍ଗରେ ଦଳୀୟ ନେତା ଏବଂ ଅନ୍ୟ ଦଳର ବରିଷ୍ଠନେତାଙ୍କ ମତାମତ ଜାଣିବା ପରେ କଂଗ୍ରେସ ପ୍ରଭାରୀ ଡ଼ ଚେଲାକୁମାର କଂଗ୍ରେସ ଅଧ୍ୟକ୍ଷଙ୍କୁ ନିଜର ରିପୋର୍ଟ ପ୍ରଦାନ କରିଥିଲା ।