ସନଷ୍ଟାର ଟିଭି ବ୍ୟୁରୋ
କୋରାପୁଟ: କିଛିଦିନ ହେଲା ମାଛକୁଣ୍ଡ ଥାନା ଅଧିନ କନାଗାଁ କାଜୁ ଜଙ୍ଗଲରେ ମୃତଦେହ ପଡ଼ିଥିବା ଗୁଜବ ସୃଷ୍ଟି ହେବା ପରେ ମାଛକୁଣ୍ଡ ପୋଲିସ ସୂଚନା ପାଇ ଅଂଚଳର କିଛି ଯୁବକଙ୍କ ସହଯୋଗରେ ତଦନ୍ତ କରି ଜଙ୍ଗଲ ମଧ୍ୟରେ ନର କଙ୍କାଳ ଦେଖିବାକୁ ପାଇଥିଲା। ଏହାପରେ ଏହାର ଅଧିକ ତଦନ୍ତ ପାଇଁ କୋରାପୁଟ ବୈଜ୍ଞାନିକ ତଦନ୍ତକାରୀ ଦଳକୁ ସୂଚନା ଦେଇ , ବୈଜ୍ଞାନିକ ତଦନ୍ତକାରୀ ଦଳ ସହିତ କଙ୍କାଳ କୁ ଜବତ କରିଛି । କଙ୍କାଳର ଶରୀର ଅଲଗା ରହିଥିଲା ବେଳେ ମୁଣ୍ଡ ଓ ଦାନ୍ତ ଅଲଗା ପଡିଥିଲା କିନ୍ତୁ ହାତ ଦୁଇଟିର ସନ୍ଧାନ ମିଳିନଥିଲା । ବୈଜ୍ଞାନିକ ଦଳର ପରୀକ୍ଷା ନିରୀକ୍ଷା ପରେ ଉକ୍ତ କଙ୍କାଳ ଗୋଟିଏ ମାସରୁ ଉର୍ଦ୍ଧ୍ବ ହେଇଥିଲାବେଳେ ୨୫ ବର୍ଷରୁ ଉର୍ଦ୍ଧ ପୁରୁଷର କଙ୍କାଳ ବୋଲି ଜଣା ପଡ଼ିଛି ।
କିଛି ଦିନ ହେଲା ଲମତାପୁଟ ଅଞ୍ଚଳରେ ଜଣେ ୪୦ବର୍ଷୀୟ ବ୍ୟକ୍ତି ନିଖୋଜ ହେଇଥିବା ନେଇ ମାଛକୁଣ୍ଡ ଥାନାରେ ମାମଲା ରୁଜୁ ହେଇଛିଥିବା ନେଇ ପୋଲିସ ଉକ୍ତ ବ୍ୟକ୍ତି ହେଇଥାଇ ପାରେ କି ବୋଲି ସନ୍ଦେହ କରୁଛି । କଙ୍କାଳର ବନ୍ୟଜନ୍ତୁ ଙ୍କ ଦ୍ଵାରା ଖଣ୍ଡ ବିଖଣ୍ଡ ହେଇଯାଇଥିବା ଯୋଗୁଁ ତାହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହେଇ ପାରିନାହିଁ । ଏହାର ଅଧିକ ତଦନ୍ତ କରି ଚିହ୍ନଟ ପାଇଁ ବୈଜ୍ଞାନିକ ଦଳ ଦ୍ୱାରା କଙ୍କାଳକୁ ଜବତ କରି ନିଆଯାଇଛି । ଏବଂ ରିର୍ପୋଟ ଆସିବା ପରେ ଏହା ହତ୍ୟା କି ଆତ୍ମ ହତ୍ୟା ତାହା ସ୍ପଷ୍ଟ ହେବ।(ରିର୍ପୋଟ:ବେଂକଟେସ ରାଓ)