ସନଷ୍ଟାର ଟିଭି ବ୍ୟୁରୋ

ରିର୍ପୋଟ: ଏବେ ଅଫିସ୍ ରେ ୩୦ ମିନିଟ୍ ଶୋଇବାକୁ ମିଳିବ ସମୟ । କର୍ମଚାରୀଙ୍କ ପାଇଁ ୩୦ ମିନଟ ର ବିରତି ଘୋଷଣା କଲେ କମ୍ପାନୀ । ତେବେ ଏଭଳି କିଛି ନିଷ୍ପର୍ତ୍ତି ନେଇଛି ବେଙ୍ଗାଲୁରୁ ର ଏକ ଘରୋଇ କମ୍ପାନୀ । ଗୁରୁବାର ଦିନ ଓ୍ବାକଫିଟ୍ ସଲ୍ୟୁସନ୍ ଟ୍ବିଟରେ ଦୁଇଟି ପୋଷ୍ଟ କରିଥିଲା । ଯେଉଁଥିରେ ଆନୁଷ୍ଠାନିକ ଭାବେ କାର୍ଯ୍ୟ ଦିନରେ କର୍ମଚାରୀମାନେ ୩୦ ମିନିଟ ବିଶ୍ରାମ କରିପାରିବେ ବୋଲି କୁହାଯାଇଛି । ଓ୍ବାକଫିଟ ର ପ୍ରତିଷ୍ଠାତା ଚୈତନ୍ୟ ରାମଲିଙ୍ଗେଗୋଡା ଏକ ଇମେଲ୍ କର କର୍ମଚାରୀଙ୍କୁ ୨ଟାରୁ ୨.୩୦ ପର୍ଯ୍ୟନ୍ତ ବିଶ୍ରାମ ନେବାକୁ ଅନୁମତି ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ନାସାର ଏକ ଗବେଷଣା ରୁ ଜଣାପଡିଛି ଯେ ୩୦ ମିନିଟ ର ବିଶ୍ରାମ ଦ୍ବାରା କାର୍ଯ୍ୟ କରିବାର ଦକ୍ଷତା ବଢିଥାଏ । ଏହା ସହ କର୍ମଚାରୀମାନେ କିପରି ଭଲ ଭାବରେ ବିଶ୍ରାମ କରିପାରିବେ ସେ ନେଇ ଅଫିସ୍ ମଧ୍ୟରେ ଏକ ବିଶ୍ରାମ ଗୃହ ଯଥା ଶୀଘ୍ର ପ୍ରସ୍ତୁତ କରାଯିବ । ତେବେ ନାପ୍ କହିଲେ ସ୍ବଳ୍ପ ନିଦ୍ରା କୁ ବୁଝାଇଥାଏ । ଯାହା ବ୍ୟକ୍ତିଙ୍କୁ ସତେଜ କରାଇଥାଏ । ଏହା ଦ୍ବାରା କର୍ମଚାରୀମାନେ ଆହୁରୀ ଭଲ ଭାବେ କାମ କରିବେ ବୋଲି ଓ୍ବାକଫିଟ୍ ସଲ୍ୟୁସନ୍ ର ପ୍ରତିଷ୍ଠାତା କହିଛନ୍ତି । ଏତେ ବ୍ୟସ୍ତ ବହୁଳ ଜୀବନ ଭିତରେ ସମସ୍ତେ ଚାହାନ୍ତି ଟିକେ ବିଶ୍ରାମ । ତେବେ ପ୍ରତିଷ୍ଠାତା ଚୈତନ୍ୟ ରାମଲିଙ୍ଗେଗୋଡା ଙ୍କ ଏଭଳି ନିଷ୍ପତ୍ତି କୁ ଟ୍ବିଟର ବ୍ୟବହାରକାରୀ ମାନେ ବହୁତ ପ୍ରଶଂସା କରିଛନ୍ତି ।( ରିର୍ପୋଟ: ସୋନାଲି)