ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର : ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଥିବା ଘୂଣ୍ଠିବଳୟ ଆଜି ଏକ ଲଘୁଚାପର ରୂପ ନେଇଛି। ଯାହା ପ୍ରଭାବରେ ସକାଳୁ ବର୍ଷା ହେଉଛି। ଲଘୁଚାପର ପ୍ରଭାବ ମଧ୍ୟ ରାଜଧାନୀରେ ଦେଖିବାକୁ ମିଳିଛି। ପରେ ଏହି ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର – ପଶ୍ଚିମ ଦିଗରେ ଗତି କରି ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ୧୦ତାରିଖ ପୂର୍ବାହ୍ନରେ ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ବୋଲି ବୋଲି ପାଣି ପାଗକନ୍ଦ୍ରେ ପୂର୍ବାନୁମାନ କରିଛି।
ତେବେ ବାତ୍ୟା ହେବ କି ନାହିଁ ତାହା ଆଜି ସ୍ପଷ୍ଟ ହେବ । ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ତେବେ ଏନେଇଁ ଲୋକଙ୍କୁ ଭୟଭୀତ ହେବା କିମ୍ବା ଆତଙ୍କିତ ହେବାର ଆବଶ୍ୟକ ନାହିଁ ବୋଲି ଆଇଏମ୍ଡି ଡିଜି ସୂଚନା ଦେଇଛନ୍ତି । ଲଘୁଚାପ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ୮ତାରିଖ ଭିତରେ ଏକ ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ଆଣ୍ଡାମାନ ସାଗର ଓ ନିକଟସ୍ଥ ଦକ୍ଷିଣ ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋସାଗରରେ ସମୁଦ୍ର ଅଶାନ୍ତ ରହିପାରେ । ସେହି ଅଞ୍ଚଳରେ ପବନର ବେଗ ୪୦ରୁ ୫୦କି.ମିରୁ ବଢ଼ି ୮ ତାରିଖ ସକାଳ ବେଳକୁ ୫୫ରୁ ୭୫ କିମି ବେଗରେ ପବନ ବହିପାରେ । ତେବେ ଏହି ଲଘୁଚାପ ଓଡ଼ିଶା ଉପରେ କ’ଣ ପ୍ରଭାବ ପକାଇବ ତାହା ଆଜି ସ୍ପଷ୍ଟ କରାଯାଇ ପାରିବ ।