ସନଷ୍ଟାର ଟିଭି ବ୍ୟୁରୋ
ହାଇଦ୍ରାବାଦ: ହାଇଦ୍ରାବାଦର ଏକ ବ୍ୟସ୍ତବହୁଳ ରାସ୍ତାରେ ତାଙ୍କ ସ୍ୱାମୀଙ୍କୁ ପିଟିପିଟି ହତ୍ୟା କରାଯାଇଛି। ସେ ବାରମ୍ବାର ସାହାଯ୍ୟ ମାଗିଥିଲେ ହେଁ ଅନେକ ସାକ୍ଷୀ ତାଙ୍କୁ ଉଦ୍ଧାର କରିପାରିନଥିଲେ। ସୟଦ ଆଶ୍ରିନ୍ ସୁଲତାନା କହିଛନ୍ତି ଯେ ହତ୍ୟାକାରୀମାନେ ତାଙ୍କ ଭାଇ ଏବଂ ସମ୍ପର୍କୀୟ।
ମୁଁ ଏବଂ ମୋର ସ୍ବାମୀ ଏକ ବାଇକରେ ଯାଉଥିଲୁ। ସେ ରାସ୍ତା ପାର ହେବା ପାଇଁ ଟିକେ ମନ୍ଥର ହୋଇଗଲେ, ହଠାତ୍ ଦୁଇଟି ବାଇକ୍ ଆସିଲା। ମୁଁ ଜାଣି ନଥିଲି ମୋ ଭାଇ ସେମାନଙ୍କ ମଧ୍ୟରୁ ଜଣେ। ସେମାନେ ମୋ ସ୍ୱାମୀଙ୍କୁ ଠେଲିଦେଲେ, ସେ ତଳେ ପଡ଼ିଗଲେ। ମୁଁ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କଲାବେଳେ ମୋର ଭାଇର ବନ୍ଧୁମାନେ ମୋତେ ଠେଲି ଦେଇଥିଲେ। କିଛି କ୍ଷଣ ମଧ୍ୟରେ ସବୁ ସମାପ୍ତ ହୋଇଗଲା।
“୧୦ ରୁ ୧୫ ମିନିଟରେ, ମୋ ସ୍ବାମୀଙ୍କୁ ୩୦ ରୁ ୩୫ ଥର ବାଡେଇ ଥିଲେ। ସେମାନେ ମୋ ସ୍ୱାମୀଙ୍କୁ ତାଙ୍କ ମସ୍ତିଷ୍କରେ ଆଘାତ କରିଥିଲେ। ମୁଁ ସାହାର୍ଯ୍ୟ ପାଇଁ ବାରମ୍ବାର ନିବେଦନ କରିଲି କିନ୍ତୁ କିଛି ହେଲା ନାହିଁ। ମୋର ସ୍ବାମୀ ଜାଣି ନଥିଲେ ଯେ ମୋ ଭାଇ ତାଙ୍କୁ ହତ୍ୟା କରିଛି।” ପରିବାରର ବିନା ସମ୍ମର୍ଥନରେ ବିବାହ କରିବା ପାଇଁ ଏହି ଘଟଣା ଘଟିଛି। ସୁଲତାନା କହିଛନ୍ତି ମୋ ପରିବାର ଆମକୁ ବାରମ୍ବାର ଧମକ ମଧ୍ୟ ଦେଉଥିଲେ। ଆଉ ଆଜି ମୋ ପାଇଁ ମୁଁ ମୋ ସ୍ବାମୀଙ୍କୁ ହରାଇ ଦେଲି।