ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ହିନ୍ଦୁସଭ୍ୟତାରେ ଚାରି ଧାମର ମହତ୍ତ୍ବ କାହିଁ ଯେ କେତେ ରହିଛି। ସେହିଥି ପାଇଁ ତ ଜୀବନରେ ଥରେ ଚାରିଧାମ ଯାତ୍ରା କରିବା ସମସ୍ତଙ୍କର ଶେଷ ଇଚ୍ଛା ହୋଇଥାଏ। ତେବେ ଏହି ଚାରି ଧାମରେ ଶ୍ରୀକ୍ଷେତ୍ର, ଦ୍ବାରିକା, ବଦ୍ରିନାଥ,ରାମେଶ୍ବର ଅନ୍ୟତମ। କିନ୍ତୁ ଯିଏ ବଦ୍ରିନାଥ ଆସିବ ଆଉ କେଦାରନାଥ ଯିବ ତାହାର ଯାତ୍ରା ସମ୍ପୂର୍ଣ୍ଣ ହୁଏ ନାହିଁ ବୋଲି ଲୋକକଥା ରହିଛି। ହିନ୍ଦୁମାନଙ୍କ ପାଇଁ ସବୁଠାରୁ ପବିତ୍ର ମନ୍ଦିର ମଧ୍ୟରୁ କେଦାରନାଥ ଧାମ। ତେବେ ଶୁକ୍ରବାର ଦିନ ଠାରୁ (ମଇ୬,୨୦୨୨) ତୀର୍ଥଯାତ୍ରୀମାନଙ୍କ ପାଇଁ ଏହି ମନ୍ଦିରର ଦ୍ୱାର ଖୋଲିଛି।
୧୨୦୦୦ ଫୁଟ ଉଚ୍ଚରେ ଋୁଦ୍ର ହିମାଳୟ ପରିସରରେ କେଦାରନାଥ ଅବସ୍ଥିତ । କେଦାରନାଥ ମନ୍ଦିର ପ୍ରାୟ ନଭେମ୍ବରରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ବନ୍ଦ ରହିଥାଏ । ନଭେମ୍ବର-ଅପ୍ରିଲ ମାସ ପର୍ଯ୍ୟନ୍ତ ଅତ୍ୟାଧିକ ତୁଷାରପାତ ହେତୁ ଏଠାକୁ ଯିବା ସମ୍ଭବ କର ହୋଇପାରି ନଥାଏ। ତେଣୁ ଏହି ୬ ମାସ ମନ୍ଦିର ବନ୍ଦ ରହିଥାଏ । ଏହି ମନ୍ଦିରକୁ ସଡକ ପଥରେ ସିଧାସଳଖ ଯିବା କଷ୍ଟକର । ସେନାପ୍ରୟାଗ ଠାରୁ ୧୮ କିଲୋମିଟର ଉପରକୁ ଯିବାକୁ ପଡିଥାଏ । ଏହାବାଦ ମନ୍ଦିରରେ ପହଞ୍ଚିବାକୁ ଦୁଇ ଦିନ ଲାଗେ ଏବଂ ଉଚ୍ଚତା ହେତୁ ଅନେକ ମନ୍ଦିର ପରିଦର୍ଶନ କରିହୁଏ ନାହିଁ। ସେଥିପାଇଁ ଉତ୍ତର ପ୍ରଦେଶ ସରକାର ମନ୍ଦିରକୁ ହେଲିକାପ୍ଟର ବ୍ୟବସ୍ଥା କରିଛନ୍ତି । ଯାହା ଦ୍ବାରା ଶ୍ରଦ୍ଧାଳୁ ମାନେ ଏଠାକୁ ବିନା ଅସୁବିଧାରେ ଯାତ୍ରା କରିପାରିବେ। ପାୱାର ହାନ୍ସ,ପିନ୍ନାକ୍ଲ ଏୟାର, ହେରିଟେଜ୍ ଆଭିଏସନ ପରି ଏକାଧିକ କମ୍ପାନୀ କେଦାରନାଥ ରେ ବିମାନଯାତ୍ରା ଯୋଗାଇଥାନ୍ତି । ଏଥିରେ ୫-୭ ସିଟ୍ ରହିଥାଏ । ଯେଉଁ ମାନେ ଯିବାକୁ ଚାହାନ୍ତି ସେମାନେ ଏଥିରେ ତାଙ୍କର ଟିକଟ ବୁକ କରି ଯାଇପାରିବେ। ତେବେ ଏଥି ପାଇଁ ୩ହଜାର ରୁ ଅଧିକ ଟଙ୍କା କେବଳ ଯିବା ଦେବାକୁ ପଡିଥାଏ। ଏବଂ ଏହି ମୂଲ୍ୟ ଏଠାକାର ପ୍ରଶାସନ ନିର୍ଣ୍ଣୟ କରିଥାଏ। ତେବେ ଆପଣ ଚାହିଁଲେ ଆଗରୁ ମଧ୍ୟ ଟିକଟ ବୁକ କରିପାରିବେ। ଉତ୍ତରପ୍ରଦେଶ ସରକାରଙ୍କ କହିବାନୁସାରେ, ବର୍ତ୍ତମାନ କୋଭିଡ ସ୍ଥିତିକୁ ନଜରରେ ରଖି ଗାଙ୍ଗୋତ୍ରିରେ ଦୈନିକ ୭୦୦୦ ତୀର୍ଥଯାତ୍ରୀ, ବଦ୍ରିନାଥରେ ୧୫,୦୦୦, କେଦାରନାଥରେ ୧୨,୦୦୦ ଏବଂ ଯମୁନୋତ୍ରି ରେ ୪,୦୦୦ତୀର୍ଥଯାତ୍ରୀଙ୍କୁ ଅନୁମତି ଦିଆଯିବ। (ରିର୍ପୋଟ:ସୋନାଲି)