ସନଷ୍ଟାର ଟିଭି ବ୍ୟୁରୋ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ସବୁ ଠାରୁ ପ୍ରସିଦ୍ଧ କେଦାରନାଥ ମନ୍ଦିର ଶୁକ୍ରବାର ସକାଳେ ଭକ୍ତଙ୍କ ପାଇଁ ଖୋଲାଯାଇଛି। ବହୁ ସଂଖ୍ୟାରେ ଲୋକ ମନ୍ଦିର ଭିତରକୁ ଯିବାକୁ ଅପେକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ପୁଷ୍କର ଧାମି ମଧ୍ୟ ସକାଳୁ ପ୍ରାର୍ଥନା କରିବା ପାଇଁ ସେଠାରେ ପହଞ୍ଚିଥିଲେ। ପ୍ରାୟ ଦୁଇ ବର୍ଷ ପରେ ବିନା କୌଣସି କୋଭିଡ କଟକଣାରେ ଭକ୍ତମାନେ ଦର୍ଶନ କରିବେ। ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁଯାୟୀ ହଜାର ହଜାର ଲୋକ ଏଠାରେ ଅପେକ୍ଷା କରିଥିଲେ। ଏହା ସହିତ ସେମାନଙ୍କ ପର୍ଯ୍ୟାୟ କେତେ ବେଳେ ଆସିବ ତାହାକୁ ଅପେକ୍ଷା କରିଥିଲେ। ନ୍ୟୁଜ୍ ଏଜେନ୍ସି ଦ୍ବାରା ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ଅନେକ ଭକ୍ତ ଦ୍ୱାରରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଏହି ମନ୍ଦିରକୁ ୧୫ କ୍ୱିଣ୍ଟାଲ ଫୁଲରେ ସଜାଯାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।କେଦାରନାଥ ମନ୍ଦିରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ଉପସ୍ଥିତ ଥିଲେ। କବାଟ ଖୋଲିବା ପରେ ଧାମି ତାଙ୍କ ପତ୍ନୀଙ୍କ ସହ ମନ୍ଦିରରେ ପ୍ରାର୍ଥନା କରିଥିଲେ। ସୂଚନାମୁତାବକ ମଇ୮ ରେ ବଦ୍ରିନାଥଙ୍କ ଦ୍ୱାର ଖୋଲିବ। ହିନ୍ଦୁ ତୀର୍ଥ ସ୍ଥାନ ଭାବରେ ଗାଙ୍ଗୋତ୍ରି, ଯମୁନୋତ୍ରି, କେଦାରନାଥ, ଏବଂ ବଦ୍ରିନାଥ ହେଉଛି ୪ଟି ପବିତ୍ରସ୍ଥାନ। ଉତ୍ତରପ୍ରଦେଶ ସରକାରଙ୍କ କହିବାନୁସାରେ, ଗାଙ୍ଗୋତ୍ରିରେ ଦୈନିକ ୭୦୦୦ ତୀର୍ଥଯାତ୍ରୀ, ବଦ୍ରିନାଥରେ ୧୫,୦୦୦, କେଦାରନାଥରେ ୧୨,୦୦୦ ଏବଂ ଯମୁନୋତ୍ରି ରେ ୪,୦୦୦ତୀର୍ଥଯାତ୍ରୀଙ୍କୁ ଅନୁମତି ଦିଆଯିବ।