ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ପାକିସ୍ତାନର କଳାକାରନାମା । ଭାରତକୁ ଆତଙ୍କବାଦୀ ପଠାଇ ପୁଣି ଧରାପଡିଲା ପାକିସ୍ତାନ । ହରିୟାଣାର କର୍ଣ୍ଣଲରୁ ଧରାପଡିଛନ୍ତି ୪ ସଂଦିଗ୍ଦ ଖଲିସ୍ତାନୀ ଆତଙ୍କବାଦୀ । ସଂନ୍ଦେହ ଭିତରେ ଧରା ପଡିଥିବା ଏହି ଆତଙ୍କବାଦୀମାନଙ୍କର ପରିଚୟ ହେଉଛନ୍ତି ଅମନଦୀପ, ଭୁପିନ୍ଦର, ଗୁରୁପ୍ରୀତ ଏବଂ ପରମନ୍ଦିର । ସେମାନଙ୍କୁ ଡ୍ରୋନ୍ ଯୋଗେ ଅସ୍ତ୍ରଶସ୍ତ୍ର ପଠାଯାଉଥିବାର ଅଭିଯୋଗ ସାମ୍ନାକୁ ଆସୁଛି । ସୁଚନାମୂତାବକ ପୁଲିସ ପଚରା ଉଚରା କରିବା ପରେ ଏମାନଙ୍କ ଘର ପଞ୍ଜାବ ଏବଂ ହରିଆଣାରେ ବୋଲି ଜଣାପଡିଛି । ଭାରତକୁ ପୁଣି ଟାର୍ଗେଟ କରଛି ପାକିସ୍ତାନ । ବିଏସ୍ଏଫ ପେଟ୍ରୋଲିଂ କରୁଥିବା ସମୟରେ ଜାମ୍ମୁ ଓ କାଶ୍ମୀରର ସାମ୍ବା ଜିଲ୍ଲାରେ ଗୋଟିଏ ସୁଡଙ୍ଗ ହେଇଥିବାର ସୂଚନା ଦେଇଛି। ଏହି ସୁଡଙ୍ଗଟି ଅଳ୍ପ ଦିନ ତଳେ ଖୋଳାଯାଇଥିଲା ।ଏହି ସୁଡଙ୍ଗଟି ୧୫୦ ମିଟର ଲମ୍ବର ଅଟେ । ଏହାର ଅଧିକାଂଶ ଭାଗ ଭାରତ ଆଡକୁ ଲମ୍ବିଥିବା ବେଳେ କିଛି ଅଂଶ ପାକିସ୍ତାନ ଆଡକୁ ଲମ୍ବିଛି ବୋଲି ଜାମ୍ମୁ କାଶ୍ମୀରର ଆଇଜି ଡି.କେ.ବୁରା କହିଛନ୍ତି । ତେବେ ଏ ନେଇ ବିଏସ୍ଏଫ ପକ୍ଷରୁ ତଦନ୍ତକୁ ଜୋରଦାର କରାଯାଇଛି । ହେଲେ ଏହି ସୁଡଙ୍ଗ ଦେଇ ଆତଙ୍କବାଦୀମାନେ ଭାରତକୁ ଆସିଛନ୍ତି କି ନାହିଁ ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ।(ରିର୍ପୋଟ:ସୋନାଲି)