ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ଏଇ ଦୁନିଆରେ ମାଆ ଆଉ ପିଲାର ସମ୍ପର୍କ ସବୁ ଠାରୁ ଭିନ୍ନ। ମାଆକୁ ଛାଡି କିଏ ଅବା ଦୂରରେ ରହିପାରିବ। କିନ୍ତୁ ରାଜ୍ୟର ଶାସନ ଭାରକୁ ସମ୍ଭାଳିବା ପାଇଁ ନିଜଘର ପରିବାକୁ ଦୂର କରିଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଦୀର୍ଘ ୫ ବର୍ଷ ପରେ ମାଆଙ୍କ ସହ ଦେଖା କଲେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ତେବେ ମାଆ ସାବିତ୍ରୀ ଦେବୀଙ୍କୁ ଦେଖାକରି ମୁଖ୍ୟମନ୍ତ୍ରୀ ଯୋଗୀ ଭାବବିହ୍ୱଳ ହୋଇଥିବାର ଦେଖିବାକୁ ମିଳିଛି। ୨୦୨୦ ରେ ତାଙ୍କ ବାପାଙ୍କ ମୃତ୍ୟ ହୋଇଥିଲା । ହେଲେ କରୋନା ପାଇଁ ଯୋଗୀ ଗାଁକୁ ଯାଇପାରି ନଥିଲେ। କି ତା ପରେ ମଧ୍ୟ ସେ ତାଙ୍କ ମାଆ ଙ୍କ ସହ ଦେଖା କରିନଥିଲେ ।
ଆପଣ ଜାଣନ୍ତି ମାଆର ତୁଳନା ନାହିଁ । ଯେତେବେଳେ ଯୋଗୀ ତାଙ୍କ ମାଆଙ୍କ ସହ ଦେଖା କରିଥିଲେ ସେ ପ୍ରଥମେ ତାଙ୍କ ମାଆଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଥିଲେ । ଏବଂ ସାବିତ୍ରୀ ଦେବୀ ମଧ୍ୟ ସବୁ ମାନ, ଅଭିମାନ ଭୁଲି ପୁଅ ଯୋଗୀଙ୍କୁ କୋଳାଇ ନେଇଥିଲେ । ଯୋଗୀ ଆଦିତ୍ୟ ନାଥ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ବିଜୟୀ ଲାଭ କରିବା ପରେ ପ୍ରଥମ ଥର ପାଇଁ ନିଜ ଗାଁ ପଞ୍ଚୁର ଯାଇଛନ୍ତି । ତେବେ ଯୋଗୀଙ୍କୁ ଦେଖିବା ପାଇଁ ଗାଁରେ ବହୁତ ଭିଡ ମଧ୍ୟ ଲାଗି ରହିଛି । ତେବେ ସେ ଘରେ ପହଞ୍ଚି ନିଜ ମାଆ, ଭଉଣୀ ,ପୁତୁରା ସହ ପରିବାରର ଅନ୍ୟ ସଦସ୍ୟ ଏବଂ ସମ୍ପର୍କୀୟଙ୍କ ସହ ଦେଖାକରିଥିଲେ । ଯୋଗୀ ଆଦିତ୍ୟ ନାଥ ଆଜି,କାଲି ଘରେ ରହିବା ପରେ ୬ ତାରିଖ ଦିନ ସକାଳୁ ହରିଦ୍ୱାର ଯିବେ ବୋଲି ସୂଚନାମିଳିଛି । (ରିର୍ପୋଟ:ସୋନାଲି)