ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ଏଇ କିଛି ଦିନ ହେବ ଟ୍ବିଟରକୁ ନେଇ ଅନେକ କଥା ନଜର କୁ ଆସୁଛି। ନିକଟରେ ଟ୍ବିଟର ର ସିଇଓ ପରିବର୍ତ୍ତନ ହେଉ କି ଏଲନ ମସ୍କଙ୍କ ଏହାକୁ କିଣିବା ହେଉ ସବୁ ଆଡେ ଟ୍ବିଟକୁ ନେଇ ହଇଚଇ ସୃଷ୍ଟି କରିଛି ଟ୍ବିଟର। ବର୍ତ୍ତମାନ ଏଲନ୍ ମସ୍କ ଟ୍ୱିଟର ବ୍ୟବହାରୀଙ୍କୁ ନିଜ ଟ୍ବିଟ ମାଧ୍ୟରେ ଗୋଟିଏ ବଡ ଝଟକା ଦେଇଛନ୍ତି । ଏବେ ଟ୍ୱିଟର ଆକାଉଣ୍ଟ ଧାରିଙ୍କୁ ଲାଗି ପାରେ ସ୍ୱଳ୍ପ କର । ଏଭଳି ଟ୍ୱିଟ୍ କରିଛନ୍ତି ଏଲନ୍ ମସ୍କ । ତେବେ ଏହି କର ସଧାରଣ ଲୋକଙ୍କ ପାଇଁ ନୁହେଁ ବୋଲି ଏଲନ୍ ମସ୍କ ଟ୍ୱିଟ କରି ଜଣାଇଛନ୍ତି ।ସୂଚନା ମୁତାବକ, ଏହା କେବଳ ବାଣିଜ୍ୟକ ଏବଂ ସରକାରୀ ବ୍ୟବହାରକାରୀଙ୍କ ଉପରେ ଲାଗୁ କରାଯିବ । ଟ୍ୱିଟର ନୂଆ ମାଲିକ ଏଲନ୍ ମସ୍କଙ୍କ ଏଭଳି ଟ୍ୱିଟ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କଥା ନାହିଁ । କ୍ଷତିରେ ଚାଲୁଥିବା କମ୍ପାନୀକୁ ଏଲନ୍ ମସ୍କ ୪୪ ବିଲିୟନ ଡଲାରରେ କିଣି ସମସ୍ତଙ୍କୁ ଚକିତ କରିଥିଲେ । ତେବେ ଏବେ ତାଙ୍କର ଏଭଳି ପ୍ଲାନ୍ ଦେଖି ଚାରିଆଡେ ହଇଚଇ ସୃଷ୍ଟି ହେଇଛି । ତେବେ ଏଲନଙ୍କ ଏଭଳି ପ୍ଲାନ ଫଛରେ ଥାଇପାରେ ବହୁତ ବଡ କାରଣ। ପୂର୍ବରୁ କ୍ଷତି ରେ ଚାଲୁଥିବା ଟ୍ବିଟରକୁ ବହୁତ ଅଧିକ ଦାମ ଦେଇ କିଣି ଥିବା ଏଲନ ବର୍ତ୍ତମାନ କ୍ଷତିପୂରଣ କରିବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଏବେ ସାଧାରଣ ରେ ଚର୍ଚ୍ଚା ହେଉଛି।(ରିର୍ପୋଟ: ସୋନାଲି)