ସନଷ୍ଟାର ଟିଭି ବ୍ୟୁରୋ
ଉଦଳା : ମାଛ ଜାଲରେ ଫସଲା ବିଶାଳକାୟ କୁମ୍ଭୀର । କୁମ୍ଭୀରକୁ ଉଦ୍ଧାର କରିଲେ ଗ୍ରାମବାସୀ । କୁମ୍ଭୀର କୁ ଦେଖି ଗ୍ରାମବାସୀ ଆତଙ୍କିତ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୁଣ୍ଟା ବ୍ଲକ ଅଧିନ ଡବକ ନୂଆଗାଁ ଗ୍ରାମରେ । ନୂଆଗାଁ ବିଦ୍ୟାଳୟ ନିକଟରେ ଥିବା ବନ୍ଧରେ ମାଛ ଧରିବା ନିମନ୍ତେ ସ୍ଥାନୀୟ ଲୋକେ ଗତକାଲି ରାତିରେ ଜାଲ ପକାଇଥିଲେ । ଆଜି ସକାଳେ ଜାଲ ଉଠାଇବାକୁ ଯାଇଥିବା ବେଳେ ଜାଲରେ ଏକ ବିଶାଳ କୁମ୍ଭୀର ଲାଗିଥିବା ଦେଖିବାକୁ ପାଇଥିଲେ । ଜାଲରେ ଫଶି ରହିଥିବା କୁମ୍ଭୀରକୁ ଜାଲ ସହିତ ପାଣିରୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଏହାପରେ ପାଣିରୁ ବାହାରକୁ ଆଣି ଜାଲ କାଟି କୁମ୍ଭୀରକୁ ଉଦ୍ଧାର କରିଥିଲେ । ଏବଂ ବନବିଭାଗକୁ ଖବର ଦେଇଥିଲେ । ହେଲେ ବନ ବିଭାଗ ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚିବାରୁ ଗ୍ରାମବାସୀମାନେ କୁମ୍ଭୀରକୁ ଭାରରେ ବୋହି ନେଇ ବିଟ୍ ହାଉସ୍ ନିକଟରେ ପହଞ୍ଚିଥିଲେ । ମାଛ ଜାଲରେ କୁମ୍ଭୀର ଲାଗିବା ପରେ ଗ୍ରାମରେ ଆତଙ୍କ ଖେଳିଯାଇଛି । ସେପଟେ ଏହି ବନ୍ଧରେ ଏକ କୁମ୍ଭୀର ରହିଥିବା ପୂର୍ବରୁ ଗ୍ରାମବାସୀମାନେ ବନବିଭାଗକୁ କହିଥିଲେ ସୁଦ୍ଧା ବନବିଭାଗ ଏହା ଶୁଣି ନ ଥିବା କହିଛନ୍ତି ଗ୍ରାମବାସୀ । ତେବେ ବନ ବିଭାଗର ଏଭଳି ଅପାରଗତା ପାଇଁ ଜନ ସାଧରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।( ରିର୍ପୋଟ:ଆଲୋକ କୁମାର ବେହେରା)