ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ୫୧ତମ ସମାବର୍ତ୍ତନ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ ସଭାପତି ତଥା ବର୍ତ୍ତମାନ ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ତନ୍ମୟ ସ୍ବାଇଁ ଙ୍କୁ ଉତ୍କଳ ବିଶ୍ବବିଦ୍ୟାଳୟରୁ ପଲ୍ଟିକାଲ୍ ସାଇନ୍ସ ରେ ଡକ୍ଟରେଟ ଲାଭ କରିଥିବାରୁ ତାଙ୍କୁ ବିଦ୍ୟା ବିଭୂଷଣ ଉପାଧିରେ ସମ୍ମାନିତ କରାଯାଇଛି। ତେବେ ଉତ୍କଳ ବିଶ୍ବ ବିଦ୍ୟାଳୟର ଏହି ସମାବର୍ତ୍ତନ ଉତ୍ସବରେ ଓଡିଶା ହାଇକୋର୍ଟର ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଢ଼ଙ୍ଗୀ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁଙ୍କ ଉପସ୍ଥିତରେ ସେ ଏହି ଉପାଧି ଗ୍ରହଣ କରିଥିଲେ।

ସୂଚନାମୁତାବକ ତନ୍ମୟ ସ୍ବାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ର ପୂର୍ବତନ ପିଜି କାଉନସିଲ ଚେୟାରମ୍ୟାନ ତଥା ପୂର୍ବତନ ପଲ୍ଟିକାଲ୍ ସାଇନ୍ସ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଗବେଷଣା କରୁଥିଲେ। ତନ୍ମୟ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଢ଼ିଙ୍କିଆ ପଞ୍ଚାୟତର ପିତାମ୍ବର ସ୍ବାଇଁ ଏବଂ ବସନ୍ତ ମଞ୍ଜୀର ସ୍ବାଇଁଙ୍କ ପୁତ୍ର ଅଟନ୍ତି। ସେ ତାଙ୍କ ସଫଳତା ପାଇଁ ତାଙ୍କ ତତ୍ତ୍ବାବଧାରକ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ,ବର୍ତ୍ତମାନ ପଲ୍ଟିକାଲ୍ ସାଇନ୍ସ ବିଭାଗର ବିଭାଗୀୟ ମୁଖ୍ୟ ସ୍ମୀତା ନାୟକ, ଡ଼ ସ୍ବପ୍ନା ପ୍ରଭୁ , ଡ଼ ସୀମା ମଲ୍ଲୀକ ଏବଂ ଡକ୍ଟରାଲ୍ ପରାମର୍ଶଦାତା କମିଟିର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତନ୍ମୟଙ୍କ ଏହି ଯାତ୍ରାରେ ସହଯୋଗ ଏବଂ ସମର୍ଥନ ପାଇଁ ପତ୍ନୀ ପ୍ରୀତି ଏବଂ ପରିବାର ସଦସ୍ୟ, ସମସ୍ତ ବନ୍ଧୁ ,ବିଶେଷକରି ଝିଅ ଖୁସୀଙ୍କର ବିଶେଷ ସହଯୋଗ ଥିବା ବେଳେ ଉପାଧି ଗ୍ରହଣ ସମୟରେ ତାଙ୍କ ପତ୍ନୀ ପ୍ରୀତି ଏବଂ ତାଙ୍କର ଝିଅ ଖୁସୀ ତାଙ୍କ ସହିତ ଉପସ୍ଥିତ ଥିଲେ। ଏହି ସମ୍ମାନ ଅର୍ଜନ କରିବା ପରେ ସେ ତାଙ୍କର କୃତିତ୍ବକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି।