ସନଷ୍ଟାର ଟିଭି ବ୍ୟୁରୋ

ରିର୍ପୋଟ: ଟ୍ୱିଟରେ ଭାଇରାଲ ହେଉଛି ଆଇଏଏସ୍ ଙ୍କ ଛୁଟି ଦରଖାସ୍ତ ।ସେ ତାଙ୍କର ପିଲା ଦିନର ସ୍ମୁତକୁ ନିଜ ଶୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହାକୁ ଦେଖିଲେ ଆପଣଙ୍କର ମଧ୍ୟ ପିଲାଦିନର ସ୍ମୁତି ସତେଜ ହୋଇଯିବ। ତେବେ କ’ଣ ରହିଛି ଏହି ଦରଖାସ୍ତରେ କାହିଁକି ଏହି ଦରଖାସ୍ତ ଭାଇରାଲ ହେଉଛି ଆସନ୍ତୁ ଜାଣିବା…..
ଆଇଏଏସ୍ ଅର୍ପିତ ବର୍ମା ଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଦରଖାସ୍ତାର ରହିଛି କିଛି ମଜାଳିଆ ତତ୍ତ୍ୱ । ଯାହାକୁ ଟ୍ୱିଟର ବ୍ୟବହାରକାରୀ ଦେଖିଲା ମାତ୍ରେ ନ ହସି ରହିପାରୁନାହାଁନ୍ତି ।
ତେବେ ଆସନ୍ତୁ ଜାଣିବା କ’ଣ ରହଛି ଏହି ଦରଖାସ୍ତରେ ? ସେ ଲେଖିଛନ୍ତି
ସେବାରେ..
ଶ୍ରୀମାନ ମାସବ..
ମାଧ୍ୟମିକ ପାଠଶାଳା,ବୁନ୍ଦେଲଖଣ୍ଡ,ମହାନୁଭବ
ଦୁଇଦିନ ହେବ ମୋତେ ଭୀଷଣ ଜ୍ବର ।ଏହବାଦ ନାକରୁ ପାଣି ବୋହୁଛି । ଖୁବ୍ ଜ୍ବର ରେ ଥରଥର ହୋଇଯାଉଛି । ତେଣୁ ମୁଁ ଆଜି ସ୍କୁଲ ଯାଇପାରୁନାହିଁ ।ନିବେଦନ କରୁଛିକି ମୋତେ ଦୁଇ-ଚାରି ଦିନ ପାଇଁ ଛୁଟି ଦେଲେ ଖୁବ୍ ଭଲ ହେବ । ଯଦି ମୁଁ ସ୍କୁଲ ନ ଯାଏ, ତ କ’ଣ ସ୍କୁଲ ବନ୍ଦ ହୋଇଯିବ ।
ଆପଣଙ୍କ ଆଜ୍ଞାକାରୀ ଶିଷ୍ୟ…
କଲୁଆ
ତେବେ ଆଇଏଏସ୍ ଙ୍କ ଏଭଳି ଦରଖାସ୍ତକୁ ନେଇ ଏବେ ଟ୍ୱିଟରେ ୟୁଜର ମାନେ ନିଜର ପିଲାଦିନି ସ୍ମୁତି ସେୟର କରିବା ସହ ଏହାର ଏକ ମଜା ନେଉଛନ୍ତି । ଏହାରି ଭିତରେ ଜଣେ ୟୁଜର ଲେଖିଛନ୍ତି ଯେ ଏହା ପଢ଼ିବା ପରେ ପିଲାଦିନର ସ୍ମୁତି ତାଜା ହେଇଗଲା । ଆଉ ଜଣେ ୟୁଜର ମଜାଦାର ଟ୍ୱିଟ୍ କରି ପଚାରିଛନ୍ତି, କଲୁଆ କ’ଣ ସ୍କୁଲ ଆସିନଥିଲେ ବୋଲି ଆଜି ଆଇଏଏସ୍ ଚୌକିରେ ବସିଛନ୍ତି କି ? ତେବେ ଏଭଳି ଭାବରେ ଆଇଏଏସ୍ ଅର୍ପିତ ବର୍ମାଙ୍କ ଦରଖାସ୍ତ ଭାଇରାଲ ହେବାରେ ଲାଗିଛି ।(ରିର୍ପୋଟ:ସୋନାଲି)