ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଓଡିଶା ଆଉ କୃଷି ଅଙ୍ଗାଗୀ ଭାବରେ ଜଡିତ। ଆଉ କୃଷିଭିତ୍ତିକ ପର୍ବ ହେଉଛି ‘ ଅକ୍ଷୟ ତୃତୟା ’ । ବସନ୍ତ ମହୋତ୍ସବ ପରେପରେ ଧାନ ଚାଷ ଓଉପରେ ନିର୍ଭର କରୁଥିବା ଆମ ରାଜ୍ୟର କୃଷକମାନେ ହଳ ସୂତ୍ର କରନ୍ତି । ବସନ୍ତ ଋତୁରେ ବର୍ଷାର ଅନୁକୂଳ ପରିସ୍ଥିତି ଅନୁସାରେ ଭୂମିକର୍ଷଣ କରାଯାଇଥାଏ । ଶହଶହ ବର୍ଷ ପୁରୁଣା ପରମ୍ପରା ଅନୁସାରେ ଗୋଟିଏ ନିର୍ଦିଷ୍ଟ ପୁଣ୍ୟତିଥିରେ ଭୂମିପୂଜା ହୁଏ । ବୈଶାଖ ମାସର ଶୁକ୍ଳ ତୃତୀୟା ଦିନଟି ଗୋଟିଏ ଶୁଭଦିନ ହୋଇଥିବାରୁ କୃଷକମାନେ ସେହିଦିନ ଭୂମିପୂଜା ଓ ଶସ୍ୟପୂଜା ସମାହିତ ହୋଇ ଅକ୍ଷୟ ମୁଷ୍ଟିବପନ କରନ୍ତି । ତେବେ ଆଜି ହେଉଛି ଏହି ପବିତ୍ର ‘ ଅକ୍ଷୟ ତୃତୀୟା ‘। ଆଜିର ଦିନରେ କୃଷିମନ୍ତ୍ରୀ ଅରୁଣ ସାହୁ ବରମୁଣ୍ଡାର ଇପକୋଲ ଠାରେ ଯୋଗ ଦେଇ ଷ୍ଟେଟ ଲେବଲ ଫାର୍ମ ମେସିନାରୀ ଟେଷ୍ଟିଙ୍ଗ ଆଣ୍ଡ ଟ୍ରେନିଙ୍ଗ ସେଣ୍ଟର ପାଇଁ ଭୂମି ପୂଜନ କରିବା ସହିତ ଅଖିମୁଠି ଅନୁକୁଳ କରିଥିଲେ। ଏଲହା ସହିତ ସେ କହିଛନ୍ତି ଯେ ଗତ ଦୁଇ ବର୍ଷରେ ସବୁ କିଛି ରେ ବିରତି ଲାଗିଥିଲା କିନ୍ତୁ କୃଷି ଭାଇମାନେ ତାଙ୍କର କାର୍ଯ୍ୟ ଜାରି ରଖିଥିଲେ। ସେ ସବୁ ବର୍ଷ ପରି ଆଜିର ଶୁଭଦିନରେ ଉତ୍ତମ ଶସ୍ୟ ଲାଭ କରିବା ପାଇଁ ଅଖି ମୁଠି ଅନୁକୂଳ କରୁଥିଲେ। ଏବଂ ତାଙ୍କର କାର୍ଯ୍ୟ କରୁଥିଲେ। ଏହା ସହିତ ଆଜି ରାତିରେ କାଳିଆ ଯୋଜନା ଟଙ୍କା ବଣ୍ଟା ଯିବାର କାର୍ଯ୍ୟକ୍ରମ ରହିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।