ସନଷ୍ଟାର ଟିଭି ବ୍ୟୁରୋ
କୋରାପୁଟ: ଭାରତୀୟ କମ୍ୟୁନିଷ୍ଟ ପାର୍ଟି କୋରାପୁଟ ଜିଲ୍ଲା କାର୍ଯ୍ୟାକାରି କମିଟି ର ପରିବର୍ଦ୍ଧିତ ବୈଠକ ଶ୍ରୀ ପ୍ରମୋଦ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଶ୍ରମିକ କର୍ମଚାରୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ସିପିଆଇ ଜାତୀୟ କାର୍ଯ୍ୟାକାରି କମିଟି ସଭ୍ୟ ତଥା ରାଜ୍ୟ ସିପିଆଇ ର ନେତା ଯୋଗଦାନ କରି କହିଥିଲେ ଯେ ଦେଶ ସ୍ଵାଧୀନତା ପରବର୍ତ୍ତୀ କାଳରେ ସବୁଠାରୁ ଅଧିକ ଭୟଙ୍କର ଜଟିଳ ସମସ୍ୟା ଦେଇ ଗତି କରୁଛି । ଗୋଟିଏ ଦିଗରେ ଟିକସ ମାଡ଼ରେ ଦରଦାମ୍ ବୃଦ୍ଧି ଅହେତୁକ ଭାବେ ବୃଦ୍ଧି ପାଇଛି, ବେକାରୀ, ଅର୍ଦ୍ଧ ବେକାରୀ,କମ୍ ରୋଜଗାର ଏବଂ ଅନ୍ୟ ଦିଗରେ ଫସିବାଦୀ ଶକ୍ତି ମାନଙ୍କର ତାଣ୍ଡବ ଲୀଳା ଯେଉଁଠି ପ୍ରତି କଥାରେ ହିନ୍ଦୁ ମୁସମାନ ଭିତରେ ବିଭେଦ, ଆଜାନ, ହନୁମାନ ଚାଳିଶା ଆଦି ବିଷୟ ରେ ଜନ ସମାଜ ଅତିଷ୍ଠ ଏବଂ ସାଧାରଣ ଜନତା ତ୍ରାହି ତ୍ରାହି ଡାକ ଦେଲାଣି । ଦେଶର ପ୍ରଧାନମନ୍ତ୍ରୀ ନିଜ ଦଳର ଏବଂ ସହଯୋଗୀ ସଂଗଠନର ତୀବ୍ର ମୁସଲମାନ ବିରୋଧୀ ମନ୍ତବ୍ୟ ଉପରେ ନୀରବ କିନ୍ତୁ ଦରଦାମ୍ ଉପରେ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ ରେ ରାଜ୍ୟ ଉପରେ ଦୋଷ ଦେଇ ଚୁପ୍ ।
ପେଟ୍ରୋଲ ଡିଜେଲ ଉପରେ ଗତ ଆଠ ବର୍ଷ ଭିତରେ ଚବିଶ ଲକ୍ଷ କୋଟି ଟଙ୍କା ଟିକସ ସାଧାରଣ ଜନତା ଉପରୁ ଆଦାୟ କରାଯାଇଛି, ଏହି ସମୟ ମଧ୍ୟରେ କର୍ପୋରେଟ ହାଉସ ମାନଙ୍କ ଉପରୁ ଲକ୍ଷ ଲକ୍ଷ କୋଟି ଟଙ୍କା ଟିକସ ଛାଡ଼ କରାଯାଇଛି । ସିପିଆଇ ଦଳ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ଏବଂ ସାମ୍ପ୍ରଦୟିକବାଦି ଶକ୍ତି ବିରୁଦ୍ଧ ରେ ରାଜରାସ୍ତାକୁ ଓହ୍ଲାଇ ଲଢେ଼ଇ କରିବ। ସଂଗଠନ କୁ ମଜବୁତ୍ କରିବା ପାଇଁ ଶାଖା, ଜୋନ, ଓ ଜିଲ୍ଲା ସମ୍ମିଳନୀ ସଭ୍ୟ ପଦ ସଂଗ୍ରହ ସହ କରିବା ପାଇଁ ଆହ୍ଵାନ ଦେଇଛନ୍ତି। ରାଜ୍ୟ ରେ ବିଦ୍ୟୁତ୍ ଶକ୍ତି ବଳକା କହୁଥିବା ସରକାର ଅଘୋଷିତ ବିଜୁଳି କାଟ କରୁଛନ୍ତି। ସମସ୍ତଙ୍କୁ ଦୁଇଶହ ୟୁନିଟ୍ ମାଗଣା ବିଜୁଳି ଓ ଦର କମାଇବା ଆନ୍ଦୋଳନ କୁ ନେଇ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଏହି ମାସ ରେ ବିକ୍ଷୋଭ କରାଯିବ । ଏହି ସଭାରେ କୋରାପୁଟ ଜିଲ୍ଲାର ସାତୋଟି ଜୋନ ର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଜିଲ୍ଲାସମ୍ପାଦକ ଯୁଧିଷଠିର ରାଉଳ ସଂଗଠନ ବିଷୟରେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସର୍ବସ୍ରୀ ରାମକୃଷ୍ଣ ଦାସ, ବୈଦ୍ୟନାଥହରିଜନ,ବଳରାମ ନାୟକ,ଉତ୍ତମ ମଲ୍ଲିକ,ନନ୍ଦ ହରିଜନ, ସତ୍ୟବ୍ରତ ନନ୍ଦ,କୁମାର ଜାନି ପ୍ରମୁଖ ବକ୍ତବ୍ୟ ରଖିଥିଲେ ।( ରିର୍ପୋଟ: ବେଙ୍କଟେଶ ରାଓ)