ସନଷ୍ଟାର ଟିଭି ବ୍ୟୁରୋ
ପାରାଦୀପ :ପାରାଦୀପ ବୃନ୍ଦାବନ କଲୋନୀ ରେ ରହୁଥିବା ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ନେଇ ବର୍ତ୍ତମାନ ଉତ୍ତେଜନା ଦେଖା ଦେଇଛି। ମୃତ ଯୁବକ ବୃନ୍ଦାବନ କଲୋନୀର ପ୍ରହ୍ଲାଦ ଗେଡି ଙ୍କ ପୁଅ ମନୋରଞ୍ଜନ ଗେଡି। ହେଲେ ପୋଲିସ ପୁଅକୁ ହାଜତ ରେ ପିଟି ପିଟି ମାରି ଦେଇ ଥିବାର ମୃତକଙ୍କ ବାପା ଗଣମାଧ୍ୟମ ଆଗରେ ଅଭିଯୋଗ କରିବା ସହ ଏହାର ତଦନ୍ତ ପାଇଁ ଦାବି କରିଛନ୍ତି । ମୃତ୍ୟୁର ସଠିକ କାରଣ ଏବେ ବି ଅସ୍ପଷ୍ଟ ରହିଛି। ସୂଚନାମୁତାବକ ବ୍ରାଉନ ସୁଗାର ବ୍ୟବସାୟ କରୁଥିବା ଖବର ପାଇ ପୋଲିସ ଗୋଡାଇବା ବେଳେ ମନୋରଞ୍ଜନ ବାଇକ୍ ରୁ ଡେଇଁ ଦୌଉଡି କି ପଳାଇବାକୁ ଚେଷ୍ଟା କରୁଥିଲା। ଏହି ସମୟରେ ପାଚେରୀ ରେ ବାଡ଼େଇ ହୋଇ ପଡିଯାଇଥିଲେ ଏବଂ ତାଙ୍କୁ ସଙ୍ଗେ ସଙ୍ଗେ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ମନରଞ୍ଜନ ପାରାଦୀପ ସ୍ଥିତ ପିଆଇସିଟି ରେ ଶ୍ରମିକ ଭାବରେ କାମ କରନ୍ତି । ତେବେ ଏହି ଘଟଣାଟି ଘଟିବା ଦ୍ବାରା ଶ୍ରମିକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।ଅନ୍ୟପଟେ ମନରଞ୍ଜନ ଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ନେଇ ପୋଲିସ ତାଙ୍କ ପରିବାର ଙ୍କୁ ସଫେଇ ଦେଇଛନ୍ତି ବୋଲି ମୃତ ମନୋରଞ୍ଜନଙ୍କ ବାପା କହିଛନ୍ତି। ପ୍ରଥମେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ମନୋରଞ୍ଜନ କୁ ପ୍ରଥମେ ଅଠରବାଙ୍କୀ ମେଡ଼ିକାଲ ଓ ପରେ ଜଗତସିଂହପୁର କୁ ପଠାଇ ଦିଆଯାଇଥଲା। ତେବେ ସେଠାରେ ତାର ମୃତ୍ୟୁ ହୋଇଥିଲା। ତେବେ ପରିବାର ମୃତ ଦେହକୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଅଣା ଯାଇ ରାତି ୨ଟାରେ ବ୍ୟବଛେଦ କରାଯାଇ ଥିବାର ଜଣା ଯାଇଛି । ଏତେ ରାତିରେ ତରବରିଆ ଭାବରେ କାହିଁକି ଶବ ବ୍ୟବଛେଦ କରାଗଲା ତାକୁ ନେଇ ସନ୍ଦେହ ଅଧିକ ଘନୀଭୂତ ହୋଇଛି ।ତେବେ ମନରଞ୍ଜନ ଙ୍କର ହାଜତରେ ମୃତ୍ୟୁ ହୋଇଛି ନା ଦୁର୍ଘଟଣା ଜନିତ ତାର ସଠିକ ତଦନ୍ତ ହେବାକୁ ପରିବାର ଲୋକେ ଦାବି କରିଛନ୍ତି।( ରିର୍ପୋଟ:ଅରୁଣ ପରିଡା)