ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆସୁଛି ଆଉ ଏକ ବାତ୍ୟା। ଓଡିଶା ପାଇଁ ବାତ୍ୟା କିଛି ନୁଆଁ କଥା ନୁହେଁ ଯେହେତୁ ପ୍ରତି ବର୍ଷ ଓଡିଶା ବାତ୍ୟାର ସାମ୍ନା କରିଥାଏ। ତେବେ ପାଣି ପାଗ ବିଭାଗର ସୂଚନା ମୁତାବକ ଆଗାମୀ ମେ ୪ ତାରିଖରେ ବଙ୍ଗୋପସାଗର ରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ଏହା ସହ ଆଗାମୀ ୬ ତାରଖରେ ଏହା ଲଘୁଚାପର ରୂପ ନେଇପାରେ । ବର୍ତ୍ତମାନ ବାତ୍ୟାକୁ ନେଇ ବିଭିନ୍ନ ପ୍ରକାର ମତ ଦେଉଛି ପାଣିପାଗ ବିଭାଗ । ତେବେ ଏ ପର୍ଯ୍ୟନ୍ତ ପାଣିପାଗ କେନ୍ଦ୍ର ତରଫରୁ କୌଣସି ସ୍ପଷ୍ଟ ଚିତ୍ର ମିଳିପାରି ନାହିଁ । ଆଇଏମ୍ଡି ଡିଜି ମୃତ୍ୟଞ୍ଜୟ ପାତ୍ର କହିଛନ୍ତି ଯେ ଆଗାମୀ ୬ ତାରିଖରେ ଲଘୁଚାପ ସୃଷ୍ଟି ହେବ । କିନ୍ତୁ ବାତ୍ୟାର ରୂପ ନେବ କି ନାହିଁ ଏହା ବର୍ତ୍ତମାନ ସୁଦ୍ଧା କିଛି ସ୍ଥିର ହୋଇ ନାହିଁ । ତେବେ ୬ ତାରିଖରେ ଲଘୁଚାପରେ ଘନୀଭୂତ ହୋଇ ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ । ସ୍ଥିତି ଅନୁକୂଳ ରହିଲେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମର ପରିଣତ ହୋଇପାରେ । ୧୦ ତାରିଖ ବେଳକୁ ଏହା କେଉଁ ଦିଗ ଦେଇ ଗତି କରିବ ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିପାରିନାହିଁ । ଯଦି ବାତ୍ୟା ଓଡିଶା ଉପକୂଳ ମୁହାଁ ହୁଏ ତେବେ ଏହା ଯାଜପୁର,ବାଲେଶ୍ୱର,ମୟୁରଭଞ୍ଜ,କେନ୍ଦୁଝର,ଭଦ୍ରକ ଏବଂ କେନ୍ଦ୍ରାପଡା ଉପରେ ଏହାର ପ୍ରଭାବ ପକାଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେଣୁ ଏଥିପାଇଁ ଲୋକ ମାନଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ରିର୍ପୋଟ: ସୋନାଲି