ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ଭାରତରେ ହଠାତ୍ ୟୁସିସିକୁ ନେଇ ବିବାଦ ସୃଷ୍ଟି ମୁଣ୍ଡ ଟେକିଛି । ଯାହକି ପୁଣି ଏକ ବଡ ବିବାଦ ରୂପେ ଉଭା ହେବ ବୋଲି ଆଶଙ୍କା କରାଯାଉଛି । ତେବେ ଏହି ବିବାଦକୁ ନେଇ ଉଠିବକି ସାମ୍ପ୍ରଦାୟିକ ପ୍ରଶ୍ନ । ପୁଣି ହେବ କି ମତଭେଦ?କେହି ଉଦ୍ଦେଶ୍ୟ ମୂଳକ କାବେ ଏପରି କରୁଛି କି ? ଏହି ବିବାଦକୁ ନେଇ ବିଭିନ୍ନ ମତ ଦେଖାଯାଉଥିବା ବେଳେ ତେବେ ଏ ନେଇ ଏଆଇଏମଆଇଏମ ର ମୁଖ୍ୟ ଆସାଦୁଦ୍ଦିନ ୱାଇସି ନିଜର ମତ ଦେଇଛନ୍ତି । ୟୁନିଫର୍ମ ସିଭିଲ କୋଡ ର କୌଣସି ଆବଶ୍ୟକତା ନାହିଁ ବୋଲି ଆସାଦୁଦ୍ଦିନ କହିଛନ୍ତି । ଏହାସହ ସେ କହିଛନ୍ତି ଗୋଆରେ ଯେଉଁ ୟୁସିସି ରହିଛି ତାହା କେଉଁ ପ୍ରକାରର ଅଟେ ତାହା ଉପରେ ପ୍ରଶ୍ନ କରିଛନ୍ତି। ଗୋଆରେ ଯେଉଁ ୟୁସିସି ରହିଛି ତାହା ମୁତାବକ ଯଦି ଗୋଆରେ କିଏ ବିବାହ କରୁଛି ଏବଂ ମହିଳାଙ୍କର ବୟସ ଯଦି ୩୦ କି ୩୮ ହେଇଯାଉଛି ଏବଂ ତାଙ୍କର ପୁଅ ଜନ୍ମ ହେଉ ନାହିଁ ତେବେ ସେମାନେ ଚାହିଁଲେ ଦ୍ବିତୀୟ ବିବାହ କରିପାରିବେ। ତେଣୁ ଏହା କି ପ୍ରକାରର ୟୁସିସି ଆଇନ ।
ଏବେ ୟୁସିସି ସପକ୍ଷରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଷ୍ଣୁ ଶର୍ମା ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ କୌଣସି ସ୍ତ୍ରୀ ଚାହେଁ ନାହିଁ ଯେ ତା’ର ସ୍ୱାମୀ ତିନୋଟି ବିବାହ କରନ୍ତୁ । ଯେପରି ୩ ତଲାଖ ପ୍ରଥାକୁ ଉଠାଯାଇଛି ସେଭଳି ୟୁସିସି ଲଗାଯିବା ଦରକାର । ଯୁସିସି ଆଣିବା ପ୍ରତ୍ୟେକ ମୁସଲମାନ ମହିଳାଙ୍କର ଅଧିକାର। ସବୁ ମୁସଲମାନ ମହିଳା ଏଇଟା ଚାହୁଁଛନ୍ତି। ତେଣୁ ଯଥା ଶୀଘ୍ର ଏହି ୟୁସିସି ଆସିବା ଆବଶ୍ୟକ ଅଟେ।
ତେବେ ଏହି ୟୁସିସି କଣ?
ସମ୍ବିଧାନର ଧାରା ଅନୁଯାୟୀ ଆଟିର୍କିଲ ୪୪ ୟୁସିସି ବ୍ୟକ୍ତିଗତ ବିଷୟ ଯଥା ବିବାହ, ଛାଡପତ୍ର,ପେଷ୍ୟ ସନ୍ତାନ ଗ୍ରହଣ , ଉତ୍ତରାଧିକାର ନିୟନ୍ତ୍ରଣ କରିବା ପାଇଁ ଏହା ଏକ ସାଧାରଣ ନିୟମ ।(ରିର୍ପୋଟ: ସୋନାଲି)