ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଗତକାଲି ଆଇପିଏସ ସ୍ତରରେ ଏକ ବଡ ଧରଣର ପରିବର୍ତ୍ତନ ହୋଇଛି । କଟକର ଡିସିପିଙ୍କୁ ଭୁବନେଶ୍ୱର କୁ ପରିବର୍ତ୍ତନ କରାଯାଇଛି। ପ୍ରତୀକ ସିଂ ଙ୍କୁ ସ୍ମାର୍ଟ ସିଟିର ଗୁରୁ ଦାଇତ୍ବ ଦିଆଯାଇଛି। ରାଜ୍ୟ ସରକାର ଅଫିସର ପରେ ଅଫିସରଙ୍କ ବଦଳି କରିଚାଲିଛନ୍ତି, କିନ୍ତୁ ଏହି ବଦଳି ଏଥର କିଛି ନୂଆ ପରିବର୍ତ୍ତନ ଆଣିବ କି? ନୂଆ ଅଫିସର ଆସୁଛନ୍ତି ତାଙ୍କ ଆସିବା ସହିତ ଲୋକ ମାନଙ୍କର ଅନେକ ଆଶା ମଧ୍ୟ ବୃଦ୍ଧି ପାଉଛି ହେଲେ ଅପରାଧ କମିବାର ନାଁ ନେଉ ନାହିଁ । ତେବେ ଏହି ଥର କିଛି ପରିବର୍ତ୍ତନ ଆସିବ କି? ପ୍ରତୀକ ପରିବର୍ତ୍ତନର ସ୍ରୋତ ହେବେ କି?
ଦେଖିବାକୁ ଗଲେ ରାଜଧାନୀ ଭୁବନେଶ୍ବର ହେଉଛି ଅପରାଧର ଗ୍ରନ୍ଥାଘର। ଏଠାରେ ଦିବା ଆଲୋକ ଠାରୁ ଆରମ୍ଭ କରି ରାତିର ଶୁନ୍ୟକାଳରେ ଲୁଟ , ଚୋରି, ଜମି ଠକେଇ, ହତ୍ୟା ଭଳି ଅପରାଧ ବେଧଡକ୍ ହେଉଛି। ଆଉ ଏହା କମିବା ତ ଦୂର କଥା ଦିନକୁ ଦିନ ବଢ଼ି ବଢି ଚାଲିଛି। ତେବେ ଏଥର ନୂଆ ଡିସିପିଙ୍କର ଆଗମନରେ ରାଜଧାନୀରେ ପରିବର୍ତ୍ତନର ସୂର୍ଯ୍ୟୋଦୟ ହେବ କି? ନା ପୁଣି ଭୁବନେଶ୍ବର ସବୁ ଦିନ ପରି ଅପରାଧିକ ମାମଲାରେ ଖବରକାଗଜର ପୃଷ୍ଠା ମଣ୍ଡନ କରିଚାଲିବ। ଯାହା ଲାଗୁଛି ବର୍ତ୍ତମାନ ପ୍ରତୀକଙ୍କ ଉପରେ ବହୁତ ଚାପ ରହିବ। କାରଣ ଭୁବନେଶ୍ବର ଭାଇଚାରର ସହର ନୁହେଁ ଦାଦାଗିରିର ଅଟେ। ପ୍ରତୀକ ଏହି ଭାର ସମ୍ଭାଳି ପାରିବେ ତ? ଭୁବନେଶ୍ବରରେ ଏବେ ଅନେକ ଅପରାଧୀକ ମାମଲା କେବଳ ଖାତା ଖତିଆନରେ ରହି ଯାଇଛି। ପ୍ରତୀକ ସେହି ଅଙ୍କ କୁ ସୁଝାଇ ପାରିବେ କି ନାହିଁ ତାହା ଉପରେ ସମସ୍ତଙ୍କର ନଜର।
ତେବେ ରାଜଧାନୀ ଭ୍ୱବନେଶ୍ୱରରେ ନୂତନ ଡିସିପି ପ୍ରତୀକ ସିଂହଙ୍କୁ ଅବସ୍ଥାପିତ କରାଯାଇଛି । ସେ ଭୁବନେଶ୍ୱର ଅପରାଧ ସମ୍ପର୍କରେ ଅଳ୍ପବହୁତ ଅବଗତ । ହେଲେ ଏବେ ତାଙ୍କୁ ବହୁ ଅସୁବିଧାର ସମ୍ମଖୀନ ହେବାକୁ ପଡିବ। ସିଂ ରୁ ବର୍ତ୍ତମାନ ତାଙ୍କୁ ସିଙ୍ଘମ ହେବାକୁ ପଡିବ। ଏବେ ରାଜଧାନୀରେ ବହୁ ଅପରାଧୀ ଖୋଲାରେ ବୁଲୁଛନ୍ତି। କିଛି ଅଭିୁକ୍ତ ଧରାପଡିଥିବା ବେଳେ କିଛି ଏ ପର୍ଯ୍ୟନ୍ତ ଫାଙ୍କାରେ ଘୂରି ବୁଲୁଛନ୍ତି। ଆଉ ଏହି ସବୁ ରେ ପ୍ରଥମେ ପୁଲିସର କ୍ଷମତା ଉପରେ ହିଁ ଆଙ୍ଗୁଠି ଉଠିଥାଏ ତେଣୁ ଏହି ଆଙ୍ଗୁଠି କୁ ତଳକୁ ଖସିବାକୁ ଦେବେ କି? ତେବେ ଅପରାଧରେ ବୁଡି ରହିଥିବା ରାଜଧାନୀର ଚିତ୍ର ବଦଳାଇ ପାରିବେ କି ପ୍ରତୀକ ସିଂ । ଏନେଇ ବର୍ତ୍ତମାନ ବହୁ କଳ୍ପନା ଜଳ୍ପନା ଦେଖାଦେଉଛି।(ରିର୍ପୋଟ: ସୋନାଲି)