ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ପୁଣି ଥରେ ଚର୍ଚ୍ଚାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ୟୁପିରେ ଲାଉଡ ସ୍ପିକରକୁ ନେଇ ଏବେ ମୁଣ୍ଡ ଟେକିଛି ବିବାଦ । ତେବେ କ’ଣ ରହିଛି ଏହି ଲାଉଡ ସ୍ପିକର ବିବାଦ ଆସନ୍ତୁ ଜାଣିବା ଏହି ରିର୍ପୋଟରେ…
ପ୍ରଥମେ ଏହି ଲାଉଡ ସ୍ପିକର ବିବାଦ ମହାରାଷ୍ଟ୍ର ରୁ ଆରମ୍ଭ ହୋଇ ବର୍ତ୍ତମାନ ଉତ୍ତର ପ୍ରଦେଶର ୟୁପିରେ ପହଞ୍ଚିଛି । ତେବେ ମହାରାଷ୍ଟ୍ର ନବର୍ନିମାଣର ପ୍ରମୁଖ ନେତା ରାଜ ଠାକରେ ପ୍ରଥମେ ଲାଉଡ ସ୍ପିକର ଉପରେ ପ୍ରଶ୍ନ ଉଠାଇଥିଲେ । ସେ ମହାରାଷ୍ଟ୍ରର ସରକାରଙ୍କୁ ଚେତାବନୀ ଦେଇ କହିଥିଲେ ଯଦି ମହଜିଦରୁ ଲାଉଡ ସ୍ପିକର ଯଦି ନ ବନ୍ଦ କରାଯିବ ତେବେ ସେହି ମହଜିଦ୍ ଆଗରେ ଉଚ୍ଚସ୍ୱରରେ ହନୁମାନ ଚାଲିସା ପାଠ କରାଯିବ । ରାଜ ଠାକେରଙ୍କ ଏହି ମନ୍ତବ୍ୟ ବହୁ ରାଜ୍ୟକୁ ପ୍ରଭାବିତ କରିଥିଲା ଏହା ସହିତ ସାମ୍ପ୍ରଦାୟିକ ବିଭ୍ରାନ୍ତ ମଧ୍ୟ ସୃଷ୍ଟି କରିଥିଲା । ଫଳରେ କେତକ ରାଜ୍ୟରେ ଲୋକେ ହନୁମାନ ଚାଳିସା ପାଠ କରିବା ଆରମ୍ଭ କରିଦେଲେ । ଭଗବାନଙ୍କ ନାମ ନେଇ ରାଜନୀତି ଆରମ୍ଭ ହୋଇଗଲା। ଦେଖୁ ଦେଖୁ ଏହି ବିବାଦ ଚାରିଆଡେ ବ୍ୟାପିବାକୁ ଲାଗିଲା । ଏହା ଭିତରେ ୟୁପିରେ ମଧ୍ୟ କେତେକ ସ୍ଥାନରେ ହନୁମାନ ଚାଳିସା ପାଠ ଆରମ୍ଭ ହୋଇଗଲା । ବର୍ତ୍ତମାନ ଏହାକୁ ନେଇ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡା ପଦକ୍ଷେପ ଗ୍ରହଣ କରିଛନ୍ତି ।
ପ୍ରାୟତଃ ଏବେ ୟୁପିର ସବୁ ଜାଗରେ ଲାଉଡସ୍ପିକର ବନ୍ଦ କରିବା କାର୍ଯ୍ୟ ଆରମ୍ଭ କରିନେଇଛନ୍ତି । ତେବେ ଭଗବାନ ଶ୍ରୀ କୃଷ୍ଣଙ୍କ ଜନ୍ମ ଭୂମି ମଥୁରାରେ ଲଗାଯାଇଥିବା ଲାଉଡ୍ ସ୍ପିପକରକୁ ବର୍ତ୍ତମାନ ଖୋଲି ଦିଆଯାଇଛି । ଏହା ପରେ ଗୋରେଖ ନାଥରେ ଐତିହାସିକ ଗୋରେଖନାଥ ମନ୍ଦିରରେ ମଧ୍ୟ ଲାଉଡ ସ୍ପିକରକୁ କମ୍ କରିଦିଆଯାଇଛି । ଯୋଗୀଙ୍କର ଏ ପଦକ୍ଷେପକୁ ନେଇ ସମସ୍ତ ଧାର୍ମିକ ଗୁରୁଙ୍କ ସମର୍ଥନ ମିଳିଛି ।
ସୂଚନାମୁତାବକ ଲାଉଡ ସ୍ପିକରକୁ ନେଇ ସୁପ୍ରମ କୋର୍ଟ ମଧ୍ୟ ୨୦୦୫ ରେ ରୋକ ଲଗାଇଥିଲେ । ତେବେ ଯୋଗୀଙ୍କର ଏଭଳି ପଦକ୍ଷେପକୁ ସବୁ ମହଲରେ ସ୍ୱାଗତ କରାଯାଇଛି ।।( ରିର୍ପୋଟ: ସୋନାଲୀ)