ସନଷ୍ଟାର ଟିଭି ବ୍ୟୁରୋ

ରିର୍ପୋଟ: ଆଲମଣ୍ଡ ଶରୀର ପାଇଁ ବହୁତ ଭଲ। ଏହା ସ୍ବାସ୍ଥ୍ୟ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ। ଅଳ୍ପ ଭୋକ ଲାଗୁଥିଲେ ଏହାକୁ ଖାଇ ଭୋକର ନିବାରଣ କରିହୁଏ। ଆଲମଣ୍ଡ୍ରେ ପ୍ରଚୁର ମାତ୍ରାରେ ସ୍ୱାସ୍ଥ୍ୟକାରୀ ଫ୍ୟାଟ୍ସ , ଆଣ୍ଟି ଅକ୍ସିଡେଣ୍ଟ୍ , ଭିଟାମିନ୍ସ ଓ ମିନେରାଲ୍ସ ରହିଛି । ଲୋ ଡେନ୍ସିଟି କୋଲେଷ୍ଟ୍ରୋଲ୍କୁ ନିୟନ୍ତ୍ରଣ କରିବା ସହିତ ଟ୍ରାଇଗ୍ଲିସରାଇଡ୍ ସ୍ତରକୁ ମଧ୍ୟ ଏହା କମ୍ କରାଏ , ସ୍ଵାସ୍ଥ୍ୟ ପାଇଁ ଏହା ଲାଭକାରୀ । ପାଣିରେ ବତୁରାଇ ବା ଶୁଖୁଲା ଯେପରି ଭାବରେ ମଧ୍ୟ ଆଲମଣ୍ଡ୍କୁ ଖାଇଲେ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଉପକାରୀ ପ୍ରମାଣିତ ହୋଇଥାଏ । କ୍ୟାଲୋରୀର ମାତ୍ରା କମ୍ ଥିବାରୁ ଏହାକୁ ଖାଇଲେ ମଧ୍ୟ ଓଜନ ବୃଦ୍ଧି ପାଏ ନାହିଁ , ମେଟାବୋଲିଜ୍ମ ସ୍ତରକୁ ଏହା ଠିକ୍ ରଖେ ଯାହା ଓଜନକୁ ହ୍ରାସ କରାଇବା ଓ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ ।

ଆଲମଣ୍ଡ୍ରୁ ହାଇ ଫାଇବର୍ , ଅନ୍ସାଚୁରେଟେଡ୍ ଫ୍ୟାଟ୍ ଓ ଲୋ କାର୍ବୋହାଇଡ୍ରେଟ୍ ଥିବା କାରଣରୁ ଟାଇପ୍ - ୨ ଡାଇବେଟିସ୍ ବିପଦରୁ ମୁକ୍ତି ମିଳେ । ଏଥିରେ ଗ୍ଲୁକୋଜ୍ର ମାତ୍ରା ବହୁତ କମ୍ ଥିବାରୁ ସୁଗାର୍ ସ୍ତରକୁ ନିୟନ୍ତ୍ରଣରେ ରଖେ । ବୟସ ବୃଦ୍ଧି ସହିତ ଅସ୍ମିଜନିତ ସମସ୍ୟାରୁ ରକ୍ଷା ପାଇବାକୁ ଚାହୁଁଥିଲେ ଆଲମଣ୍ଡ୍କୁ ଡାଏଟ୍ରେ ସାମିଲ୍ କରନ୍ତୁ କାରଣ ଏଥିରେ କ୍ୟାଲସିୟମ୍ ଥାଏ । ଅନେକ ସମୟ ପୂର୍ବରୁ ସୌନ୍ଦର୍ଯ୍ୟର ଉପଚାର ପାଇଁ ଆଲମଣ୍ଡ୍ର ବ୍ୟବହାର କରାଯାଉଛି , ତେବେ ଆଲମଣ୍ଡକୁ ପେଷି ଏହାର ତେଲ ଭାବରେ ଏହାକୁ ବ୍ୟବହାର କରି ହେଉଥାଏ। ସ୍କିନ୍ ରଙ୍ଗକୁ ସୁଧାରିବାରେ , ଅସମୟରେ ବୟସ ବୃଦ୍ଧି ଆଦିକୁ ଏହା ରୋକି ଥାଏ। ତେଣୁ ପ୍ରତିଦିନ ଆଲମଣ୍ଡ ଖାଇବା ଦେହ ପାଇଁ ହିତକର ହୋଇଥାଏ। ଆପଣ ଯଦି ଏହାକୁ ଅଭ୍ୟାସରେ ପରିଣତ କରିବେ ଏହା ଆପଣଙ୍କର ସ୍ବାସ୍ଥ୍ୟ ପକ୍ଷେ ବହୁତ ଲାଭପ୍ରଦ ହେବ।