ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ୟୁକ୍ରେନ ଆଉ ୠଷ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଯୁଦ୍ଧ ଚାଲୁ ରହିଛି। ଏହି ଯୁଦ୍ଧ କେବେ ବନ୍ଦ ହେବ ତାହାକୁ ନେଇ ସାରା ବିଶ୍ବ ଆଶାବାଦୀ ହୋଇ ରହିଛି। ଟାଇମ୍ସ ଅଫ୍ ଲଣ୍ଡନ ରିପୋର୍ଟ ମୁତାବକ, ୟୁକ୍ରେନ ଯୁଦ୍ଧ ବିମାନ ପାଇଲଟ, ଯାହା କି ଘୋଷ୍ଟ ଅଫ କିଭ’ ନାମରେ ଜଣାଶୁଣା, ଗତ ମାସରେ ଏକ ଯୁଦ୍ଧରେ ପ୍ରାଣ ହରାଇଥିଲା। ମେଜର ଷ୍ଟିଫେନ ତରବାଲକା ଏହି ଯୁଦ୍ଧ ହିରୋ ଭାବରେ ଉଭା ହୋଇଥିଲେ। ସେ ୪୦ ରୁ ଅଧିକ ଶତ୍ରୃଙ୍କୁ ମାତ ଦେଇଥିଲେ।
ବ୍ରିଟେନର ଖବରକାଗଜ ଏହା ମଧ୍ୟ କହିଛି ଯେ ଏକ ମିଗ୍ -୨୯ ଉଡ଼ୁଥିବା ତରବାଲ୍କା ମାର୍ଚ୍ଚ ୧୩ ରେ ଶତ୍ରୁ ସୌନ୍ୟବାହିନୀର ମୁକାବିଲା ବେଳେ ଗୁଳି ଚଳାଇଥିଲା। ଯୁଦ୍ଧରେ ସାହସିକତା ପାଇଁ ଯୁଦ୍ଧ ବିମାନ ପାଇଲଟଙ୍କୁ ପରବର୍ତ୍ତୀ ସମୟରେ ୟୁକ୍ରେନର ସର୍ବୋଚ୍ଚ ପଦକ ପ୍ରଦାନ କରାଯାଇଥିଲା। ତାଙ୍କୁ ୟୁକ୍ରେନର ହିରୋ ଆଖ୍ୟା ମଧ୍ୟ ଦିଆଯାଇଥିଲା। ତେବେ ଗତ ମାର୍ଚ୍ଚ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ୠଷର ଏକ ମିଶାଇଲ ଆକ୍ରମଣରେ ମୃତ୍ୟୁ କରିଥିଲେ। ତେବେ ତାଙ୍କର ମୃତ୍ୟୁରେ ସାରା ୟୁକ୍ରେନବାସୀ ମର୍ମାହତ ହୋଇଛନ୍ତି। ତାଙ୍କୁ ଅର୍ଡର ଅଫ ଦ ଗୋଲଡେନ ଷ୍ଟାର ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଛି।