ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଜେନେରାଲ ମନୋଜ ମୁକୁନ୍ଦ ନାରଭାନେଙ୍କ ଠାରୁ ଜେନେରାଲ ମନୋଜ ପାଣ୍ଡେ ଶନିବାର ଦିନ ନୂତନ ସେନାବାହିନୀର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ କର୍ପସ ଅଫ୍ ଇଞ୍ଜିନିୟର୍ସର ପ୍ରଥମ ଅଧିକାରୀ ଯିଏକି ଆର୍ମି ଷ୍ଟାଫ୍ ମୁଖ୍ୟ ହୋଇଥିଲେ।
ସାଉଥ ବ୍ଲାକ୍ ଠାରେ ଏକ ସଂକ୍ଷିପ୍ତ ସମାରୋହରେ ଜେନ ପାଣ୍ଡେ ଜେନ ନାରଭାନେଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ଭାରତୀୟ ସେନାର ୧୧୭ଇଞ୍ଜିନିୟର୍ ରେଜିମେଣ୍ଟର ପାଣ୍ଡେ ୨୯ ତମ ସେନା ମୁଖ୍ୟ ହେବେ। ସେ ଡିସେମ୍ବର ୨୪, ୧୯୮୨ ରେ ଭାରତୀୟ ସେନାର କର୍ପସ ଅଫ୍ ଇଞ୍ଜିନିୟର୍ସ (ବମ୍ବେ ସାପର୍ସ) ରେ ନିଯୁକ୍ତ ହୋଇଥିଲେ।୩୯ ବର୍ଷରୁ ଅଧିକ ସମୟ ଧରି ତାଙ୍କର ଦୀର୍ଘ ଏବଂ ବିଶିଷ୍ଟ ସେବା ସମୟରେ ସେ ବିଭିନ୍ନ କମାଣ୍ଡ, ଷ୍ଟାଫ୍ ଏବଂ ଇନଷ୍ଟ୍ରକସନାଲ ନିଯୁକ୍ତିରେ କାର୍ଯ୍ୟ କରିଛନ୍ତି ।