ସନଷ୍ଟାର ଟିଭି ବ୍ୟୁରୋ
ଫୁଲବାଣୀ: ସମସ୍ତେ କୁହନ୍ତି ଯେ ଶିକ୍ଷା ଗ୍ରହଣ କରିବାର କୌଣସି ବୟସ ସୀମା ନଥାଏ। ଯଦି ମନରେ ଶିକ୍ଷା ଗ୍ରହଣ କରିବାର ଆଶା ଅଛି ତେବେ ଏହାକୁ ପୂରଣ କରିବାରେ କେହି ରୋକି ପାରିବେ ନାହିଁ। ତେବେ ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଫୁଲବାଣୀର ବିଧାୟକ। ଫୁଲବାଣୀର ବିଧାୟକ ଏହି କଥାକୁ କାର୍ଯ୍ୟରେ କରି ଦେଖାଇଛନ୍ତି । ବିଧାୟକ ଅଙ୍ଗଦ କହଁରଙ୍କ ଏହିଭଳି ପଦକ୍ଷେପ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରେରଣା ହୋଇଛି। ତେବେ ଛାତ୍ରଛାତ୍ରୀ ଗ୍ରହଣରେ ବସି ବିଧାୟକ ପରୀକ୍ଷା ଦେଇଥିବାର ଦେଖିବାକୁ ମିଳିଛି। ଛୋଟ ବେଳେ ପାରିବାରିକ ସମସ୍ୟା ହେତୁ ବିଧାୟକ ଦଶମ ପରୀକ୍ଷା ଦେଇପାରିନଥିଲି । ହେଲେ ପରୀକ୍ଷା ଦେଇ ମାଟ୍ରିକ ପାସ୍ କରିବା ପାଇଁ ଇଚ୍ଛା ଥିଲା ବୋଲି କହିଛନ୍ତି ବିଧାୟକ । ତାଙ୍କର ଏହି ଇଚ୍ଛା ଶକ୍ତି ତାଙ୍କୁ ପୁଣି ଥରେ ଶ୍ରେଣୀ ଗୃହକୁ ଟାଣି ଆଣିଛି। ଯାହା ଫଳରେ ଆଜି ସେ ଶ୍ରେଣୀ ଗୃହରେ ବସି ପରୀକ୍ଷା ଦେଉଛନ୍ତି। ଫୁଲବାଣୀର ରୁଜାଙ୍ଗି ବିଦ୍ୟାଳୟରେ ବିଧାୟକ ଏବଂ ତାଙ୍କ ଅନ୍ୟ ଦୁଇ ବନ୍ଧୁ ଏକାଠି ପରୀକ୍ଷା ଦେଇଛନ୍ତି । ପରିଣତ ବୟସରେ ପରୀକ୍ଷା ଦେଇ ବର୍ତ୍ତମାନ ବିଧାୟକ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କେବଳ ଏତିକି ନୁହେଁ ପିଲାମାନେ ମଧ୍ୟ ବିଧାୟକଙ୍କ ଏହି ପଦକ୍ଷପରୁ ଅନେକ ଶିକ୍ଷା ଲାଭ କରିପାରିବେ। (ରିର୍ପୋଟ:ସୋନାଲି)