ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ଆଜି ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଆଜି ପିଲାମାନେ ଓଡିଆ ବିଷୟରେ ପରୀକ୍ଷା ଦେଇଛନ୍ତି। ତେବେ ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଥିବାରୁ ପ୍ରଥମ ସିଟିଙ୍ଗରେ ପରୀକ୍ଷା କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ତେଣୁ ଆଜି ପ୍ରଥମ ସିଟିଙ୍ଗ ଅର୍ଥାତ ୮ ଟାରୁ ୧୦ ମଧ୍ୟରେ ପରୀକ୍ଷା ସରିଛି। ତେବେ ଚଳିତ ବର୍ଷ ମୋଟ ୫ ଲକ୍ଷରୁ ଅଧିକ ପିଲା ପରୀକ୍ଷା ଦେଉଥିବା ବେଳେ ମୋଟ ୩୧୫ ଟି ନୋଡାଲ କେନ୍ଦ୍ର କରାଯାଇଛି। ଏହାସହ ରାଜ୍ୟରେ ତାତି ବଢ଼ୁଥିବାରୁ ପାଣି ଏବଂ ଓଆରଏସ ମହଜୁଦ ରଖିବାକ ପାଇଁ ସବୁ ସ୍କୁଲ କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଚଳିତ ବର୍ଷ କିପରି ଶୃଙ୍ଖଳିତ ଭାବରେ ପରୀକ୍ଷା ଅନୁଷ୍ଠିତ ହେବ ଏଥିପାଇଁ ୪ ଟିସ୍କାର୍ଡ ଟିମ ଗଠନ କରାଯାଇଛି।