ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର; ପୁଣି ଝଲସିବ ଉତ୍କଳ ବିଶ୍ୱବିଦ୍ୟାଳୟ, ୫୧ ତମ ସମାବର୍ତ୍ତନ ଉତ୍ସବ ୨୦୨୨ ତଥା ଉପାଧି ପ୍ରଦାନ ସମାବେଶ ପାଇଁ ସଜେଇ ହୋଇଛି ଉତ୍କଳ ବିଶ୍ୱବିଦ୍ୟାଳୟ, ଚଳିତ ମାସ ଏପ୍ରିଲ ୩୦ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟର MKCG ଅଡିଟୋରିୟମ ଠାରେ ପାଳିତ ହେବ ଏହି ସମାବର୍ତ୍ତନ ଉତ୍ସବ,

ଏହି ଅବସରରେ ସର୍ବାଧିକ CGPA ରଖି ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିବା ୨୦୨୦-୨୧ ବର୍ଷ ପାଇଁ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ ସହିତ ଉପାଧି ମଧ୍ୟ ପ୍ରଦାନ କରାଯିବ, ଏଥିରେ D.Litt ଏବଂ Ph.D ବିଭାଗର ଶିକ୍ଷାର୍ଥୀଙ୍କୁ ସମ୍ମାନଜନକ ଉପାଧି ଏବଂ ପୁରସ୍କାର ପ୍ରଦାନ କରାଯିବ, ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼.ଅରୁଣ ସାହୁ, ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଡ଼.ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ, ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ରେଜିଷ୍ଟାର ଅଭୟ ନାୟକ ପ୍ରମୁଖ ଯୋଗଦେବେ, ସେପଟେ ଏହି ଉତ୍ସବକୁ ପାଳିବାକୁ ସଜେଇହୋଇଛି ବିଶ୍ୱବିଦ୍ୟାଳୟ ପରିସର, ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି ସମାବର୍ତ୍ତନ ଉତ୍ସବ ପାଇଁ ଉତ୍ସାହିତ ଅଛନ୍ତି
ରିପୋର୍ଟ ; ସ୍ମୃତିରେଖା ପାଣିଗ୍ରାହୀ