ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ପାକିସ୍ତାନର କରାଚି ବିଶ୍ୱବିଦ୍ୟାଳୟ ପରିସରରେ ଏକ ଭ୍ୟାନରେ ବିସ୍ଫୋରଣ ଘଟିଥିବା ବେଳେ ଚାରି ଜଣଙ୍କ ମଧ୍ୟରେ ୩ଜଣ ଚୀନ୍ ମହିଳା ମୃତ୍ୟୁବରଣ କରିଥିବା ବେଳେ ଅନେକ ଆହତ ହୋଇଛନ୍ତି।ତେବେ ଏହି ଘଟଣାର ଏକ ରୋଚକତତ୍ବ ବର୍ତ୍ତମାନ ସାମ୍ନାକୁ ଆସିଛି। ଏହି ବୋମା ବିସ୍ଫୋରଣରେ ଜଣେ ମହିଳାଙ୍କର ସମ୍ପୃକ୍ତ ଥିବାର ସୂଚନା ମିଳିଛି। ସିସିଟିଭିରୁ କୟଦ ହୋଇଥିବା ଫୁଟେଜରୁ ଯାହା ସୂଚନା ମିଳୁଛି ଗତକାଲି ଜଣେ ମହିଳା କରାଚି ବିଶ୍ୱବିଦ୍ୟାଳୟ ନିକଟରେ ଆତ୍ମଘାତୀ ବୋମା ବିଷ୍ପୋରଣ କରିଛନ୍ତି। ଯାହାଫଳରେ ଏଥିରେ ତିନିଜଣ ଚାଇନିଜ ନାଗରିକ ଏବଂ ପାକିସ୍ତାନୀ ନାଗରିକଙ୍କ ସମେତ ଚାରି ଜଣଙ୍କର ଜୀବନ ଯାଇଛି। ସୂଚନାମୁତାବକ ଏକ ମିନିବସ୍ ରେ ୩ ଜଣ ଯାତ୍ରୀ ମଧ୍ୟାନ୍ନ ଭୋଜନ ବିରତି ସାରି ଫେରୁଥିବା ବେଳେ ବୋମା ବିଷ୍ପୋରଣ ଦ୍ୱାରା ଜଣେ ଗାଡ୍ ସମେତ ଚାଇନିଜ ନାଗରିକ ଆହାତ ମଧ୍ୟ ହୋଇଛନ୍ତି ।
ତେବେ ଏଡଇ ଘଟଣାରେ ଆଫଗାନିସ୍ଥାନ,ଇରାନ ସୀମାବର୍ତ୍ତୀ ଅଞ୍ଚଳରେ ଦକ୍ଷୀଣ-ଶ୍ଚିମ ବାଲୁଚିସ୍ତାନରଦେଶରେ ଅବସ୍ଥିତ ବାଲୁଚ ଲାଇବେରିଆନ୍ ଆର୍ମି ଏହି ବିସ୍ପୋରଣ ପାଇଁ ଦାୟୀ ବୋଲି ଏକ ସେପାରେଟ ଗ୍ରୁପ ଅଭିଯୋଗ କରିଛି । ବୋମା ବିସ୍ଫୋରଣ ହେବାର କିଛି ସମୟ ପୂର୍ବରୁ ଜଣେ ମହିଳା ଏକ ବ୍ୟାଗ ଧରି କଳାରଙ୍ଗର ପୋଷାକ ପିନ୍ଧି ଠିଆ ହୋଇଥିବାର ଦୃଶ୍ୟ ସିସିଟିଭି ଫୁଟେଜରେ କୟଦ ହୋଇଛି। ଏହି ଘଟଣାକୁ ଚୀନର ବୈଦେଶିକ ମନ୍ତ୍ରୀ ତୀବ୍ର ନିନ୍ଦା କରିଛନ୍ତି । ଏହାସହିତ ଅପରାଧିକୁ ଦଣ୍ଡିତ କରିବାକୁ ସେ ପାକିସ୍ଥାନକୁ ନିର୍ଦ୍ଦେଶ ଦେଇଛନ୍ତି। ଚାଇନିଜ ନାଗରିକଙ୍କୁ ସୁରକ୍ଷା ଦେବା ସହ ଏଭଳି ଘଟଣାର ପୁନରାବୃର୍ତ୍ତି ନକରିବାକୁ କହିଛନ୍ତି । ତେବେ ଏହି ଘଟଣା ପ୍ରଥମ ନୁହେଁ ଏହା ପୂର୍ବରୁ ମଧ୍ୟ ବହୁ ବାର ପାକିସ୍ଥାନର କରାଚିରେ ଚୀନ ନାଗରିକ ମାନଙ୍କ ଉପରେ ଏହି ଭଳି ଆକ୍ରମଣ ହୋଇଛି।। ( ରିର୍ପୋଟ:ସୋନାଲି)