ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ଜୁଆଣିରେ ରହିଛି ବହୁ ରୋଗର ସମାଧାନ । ତେବେ ଏହା ମେଡିସିନ ଏବଂ ରୋଷେଇ ପାଇଁ ବହୁ ଆଦୃତ । ଏହା ଭାରତୀୟଙ୍କ ରୋଷେଇ ଘରେ ବହୁ ଖାଦ୍ୟରେ ସ୍ୱାଦକୁ ବଢ଼ାଇବା ପାଇଁ ବ୍ୟବହୃତ ହୋଇଥାଏ । ଜୁଆଣିକୁ ଔଷଧ ଏବଂ ଅତ୍ୟାବଶ୍ୟକୀୟ ତେଲକୁ ବହୁତ ଦିନ ପାଇଁ ସଂରକ୍ଷଣ କରି ରଖିବାରେ ବ୍ୟବହାର କରାଯାଇଥାଏ । ଜୁଆଣି ମୁଖ୍ୟତଃ ଇରାକ,ଇରାନ,ଆଫଗାନୀସ୍ତାନ,ପାକିସ୍ତାନ ଏବଂ ଭାରତ ଦେଶମାନଙ୍କରେ ଚାଷ କରାଯାଇଥାଏ । ତେବେ ଭାରତର ବହୁ ରାଜ୍ୟରେ ମୁଖ୍ୟତଃ ମଧ୍ୟପ୍ରଦେଶ,ଉତ୍ତରପ୍ରଦେଶ,ମହାରାଷ୍ଟ,ଗୁଜୁରାଟ,ରାଜସ୍ଥାନ,ବିହାର ଏବଂ ୱଷ୍ଟେ ବେଙ୍ଗଲରେ ଚାଷ କରାଯାଏ ।
ତେବେ ଆସନ୍ତୁ ଜାଣିବା କେଉଁ କେଉଁଥିରେ ଜୁଆଣିର ବ୍ୟବହାର କେଉଁଠି କରାଯାଏ
-
ଜୁଆଣି ମୁଖ୍ୟତଃଖାଦ୍ୟ ହଜମ ହେବା ପାଇଁ ଜୁଆଣିର ବ୍ୟବହାର କରାଯାଏ । ଜୁଆଣିକୁ ଖାଦ୍ୟ ଖାଇ ସାରି ଖାଇଲେ ଏହା ଖାଦ୍ୟ ହଜମ ଶକ୍ତିକୁ ବଢେଇବା ସହ ଖାଦ୍ୟ ହଜମ କରିବାରେ ସହାୟକ ହୋଇଥାଏ।
-
ଏହା ସହ ବଦହଜମୀ,ଛାତିଜଳା,ପେଟ ପୋଡାରୁ ଜୁଆଣି ରକ୍ଷା କରିଥାଏ ।
-
ଛୁଆମାନଙ୍କୁ ଜୁଆଣି ମଞ୍ଜିକୁ କ୍ଷୀରରେ ଭିଜାଇ ଦିଆଯାଏ ଏବଂ ଛଣା ହୋଇଥିବା କ୍ଷୀର ଶିଶୁମାନଙ୍କୁ ଖାଇବାକୁ ଦେଲେ ଏହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ହିତକର ଅଟେ ।
-
ଦକ୍ଷିଣ ଭାରତରେ ଜୁଆଣିର ବ୍ୟବହାର ବହୁ ମାତ୍ରାରେ କରାଯାଏ । କାରଣ ଏହା ଶିଶୁମାନଙ୍କର ପେଟ କଟା ଯନ୍ତ୍ରଣାରୁ ରକ୍ଷା କରିବା ସହ ଖାଦ୍ୟ ହଜମ କରାଇଥାଏ ଏବଂ ଭୋକ ବଢାଇଥାଏ ।
-
ଏହା ଦାନ୍ତର ଯନ୍ତ୍ରଣା କମ୍ କରିବାରେ ସାହାର୍ଯ୍ୟ କରିଥାଏ । କାରଣ ଏଥିରେ ଆଣ୍ଟିସ୍ଟେିକ୍, ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଫଙ୍ଗାଲ୍ ଗୁଣ ରହିଛି ।
-
ଜୁଆଣି ଚୋବାଇ ନଖ ଉଷୁମ ପ।ଣି ପିଇବା ଦ୍ୱାରା ଏହା ଥଣ୍ଡା,କାଶ,ନାକବନ୍ଦ ଭଳି ଯନ୍ତ୍ରଣା ରୁ ମୁକ୍ତି ଦେଇଥାଏ ।
-
ଜୁଆଣିର ବ୍ୟବହାର ଦ୍ୱାରା ଛୋଟ କ୍ଷତ, ଚର୍ମ ରୋଗକୁ ଭଲ କରିବାରେ ସାହାଯ୍ୟ କରିଥାଏ ।
-
ଜୁଆଣି ଏକ ଚାମଚ ଖାଇ ଉଷମ ପାଣିପିଇବା ଦ୍ୱାରା ଏହା କୋଲେଷ୍ଟ୍ରଲ କମାଇଥାଏ ।
-
ଏହାସହ ଏହା କୋଷ୍ଟକାଠିନ୍ୟ ରୁ ମୁକ୍ତି ଦେଇଥାଏ । ଏଭଳି ବହୁ ରୋଗର ନିରାକରଣ ପାଇଁ ଜୁଆଣି ବ୍ୟବହାର କରାଯାଏ । ଯାହା ଫଳରେ ଆପଣ ଯଦି ଜୁଆଣିକୁ ନିତିଦିନ ବ୍ୟବହାରରେ ଲଗାଇବେ ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ବେଶ ଲାଭପ୍ରଦ ହୋଇଥାଏ।(ରିର୍ପୋଟ: ସୋନାଲି)