ସନଷ୍ଟାର ଟିଭି ବ୍ୟୁରୋ
ଉଦଳା : ସାଙ୍ଗକୁ ମନେପକେଇବା ପାଇଁ ଆଜି ସାଙ୍ଗମାନେ ଏକ ରକ୍ତ ଦାନ ଶିବିର ଆୟୋଜନ କରିଛନ୍ତି । ସୂଚନା ଅନୁଯାଇ କିଛି ଦିନ ପୂର୍ବରୁ ଉଦଳା ବ୍ଲକ କୋଚିଳାଡ଼ିହା ଗ୍ରାମପଞ୍ଚାୟତ ର ଖୁଣ୍ଟାପାଳ ଗ୍ରାମର ସୁନୀଲ ପଣ୍ଡା ଦୁର୍ଘଟଣା ରେ ପ୍ରାଣ ହରାଇଥିଲେ। ଯାହା ପାଇଁ ସାରା ଗ୍ରାମରେ ଏକ ଶୋକର ଛାୟା ଖେଳିଯାଇଥିଲା। ଯୁବ ବୟସରେ ସାଙ୍ଗ ମାନଙ୍କୁ ଛାଡି ଆରପାରିକୁ ଚାଲିଯାଇଥିଲେ ସୁନୀଲ ପଣ୍ଡା। ତେବେ ଆଜି ତାଙ୍କର ଏକାଦଶାହରେ ସମସ୍ତ ସାଙ୍ଗ ମିଶି ଏକ ରକ୍ତ ଦାନ ଶିବିର ଆୟୋଜନ କରିଥିଲେ। ଖୁଣ୍ଟାପାଳ ସରକାରୀ ହୋମିଓପାଥି ଡାକ୍ତରଖାନାରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଗ୍ରାମର ସମସ୍ତ ସାଙ୍ଗମାନେ ଆସି ଏହି ଶିବିରରେ ରକ୍ତଦାନ କରିବା ସହ ସାଙ୍ଗଙ୍କ ଉଦ୍ଦେଶ୍ୟରେ ଏହି ରକ୍ତଦାନ କରିଥିବା ପ୍ରକାଶ କରିଥିଲେ। ପ୍ରତେକ ବର୍ଷ ଏହି ଦିନରେ ସାଙ୍ଗ ସୁନୀଲ ପଣ୍ଡା ପାଇଁ ଏମିତି ରକ୍ତଦାନ ଶିବିର ଆୟୋଜନ କରାଯିବ ବୋଲି ଉପସ୍ଥିତ ସାଙ୍ଗମାନେ ପ୍ରକାଶ କରିଛନ୍ତି। ଏହି ରକ୍ତଦାନ ଶିବିରକୁ ଉପଖଣ୍ଡ ଚିକିତ୍ସାଳୟର ବ୍ଲଡ଼ ବ୍ୟାଙ୍କ କର୍ମଚାରୀ ଉପସ୍ଥିତ ଥିବା ବେଳେ ଗ୍ରାମର କାନନ ପ୍ରକାଶ ନାୟକ, ମୁନା ସିଂ, ଅଜୟ ମଲିକ, ସୋନୁ ଦେହୁରୀ, କମଳାକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।(ରିର୍ପୋଟ: ଆଲୋକ କୁମାର ବେହେରା)