ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଆଲୋଚନା କରିବେ। ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଏହି ପ୍ରସଙ୍ଗରେ ଆଲୋଚନା କରିବେ । ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟାହ୍ନ ୧୨ଟାରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେଟିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ କରୋନା ପରିସ୍ଥିତି ସମ୍ପର୍କରେ କଥାହେବେ । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କରୋନା ପରିସ୍ଥିତି ବାବଦରେ ସବିଶେଷ ତଥ୍ୟ ପ୍ରଦାନ କରିବେ । ଗତ ରବିବାର ପ୍ରଧାନମନ୍ତ୍ରୀ କରୋନା ଭୂତାଣୁ ପ୍ରତି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ । ଆଗକୁ ଇଦ୍ , ବୁଦ୍ଧ ପୂର୍ଣିମା ଓ ଅକ୍ଷୟ ତୃତୀୟ ଭଳି ଉତ୍ସବ ଆସୁଥିବାବେଳେ ବେଳେ କରୋନା ପ୍ରତି ସତର୍କ ରହିବା ସହ ଆବଶ୍ୟକ କଟକଣା ପାଳନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ଗତ ଫେବୃଆରୀ ପରଠାରୁ ଏବେ ମୁମ୍ବାଇର ସବୁଠାରୁ ଅଧିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେବେ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ପ୍ରଧାନମନ୍ତ୍ରୀ ରାଜ୍ୟର କୋଭିଡ ସ୍ଥିତି ପଚାରି ବୁଝିବେ। ଏହା ସହ କରୋନା ସଂକ୍ରମଣକୁ ରୋକିବା ପାଇଁ କେଉଁ ପଦକ୍ଷପ ମାନ ନିଆଯାଉଛି ତାହା ଉପରେ ଆଲୋଚନା କରିବେ।