ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ସାଉଦି ଆରବ କର୍ତ୍ତୃପକ୍ଷ ୩୦ ବର୍ଷରୁ ଅଧିକ ସମୟ ଧରି ଶୌଚାଳୟରେ ସାମୋସା ଏବଂ ଅନ୍ୟାନ୍ୟ ସ୍ନାକ୍ସ ପ୍ରସ୍ତୁତ କରୁଥିବା ଜାଣିବା ପରେ ଜେଡ୍ଡା ସହରରେ ଏକ ଦୋକାନ କୁ ବନ୍ଦ କରିଛନ୍ତି। ସ୍ଥାନୀୟ ଗଣମାଧ୍ୟମକୁ ଦର୍ଶାଇ ଗଲ୍ଫ ନ୍ୟୁଜ୍ ରିପୋର୍ଟ କରିଛି ଯେ ଜେଡ୍ଡା ପୌରପାଳିକା ଏକ ଆବାସିକ ବିଲ୍ଡିଂରେ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ କରିଥିଲା। ଯେଉଁଠାରେ ପ୍ରାୟ ତିନି ଦଶନ୍ଧି ଧରି ଏଭଳି କାର୍ଯ୍ୟକରାଯାଉଥିବାର ସୂଚନା ପାଇଥିଲା।
ରିପୋର୍ଟ ଅନୁଯାୟୀ, ରେଷ୍ଟୁରାଣ୍ଟରେ ସ୍ନାକ୍ସ ୱାଶରୁମରେ ପ୍ରସ୍ତୁତ କରାଯାଉଥିଲା। ଏଥିସହ, ଜେଡ୍ଡା ପୌରପାଳିକା ଅଧିକାରୀମାନେ ଜାଣିବାକୁ ପାଇଲେ ଯେ ଏହି ଭୋଜନରେ ମାଂସ ଏବଂ ପନିର ଯାହାର ବ୍ୟବହାର ତାରିଖ ସରିଯାଇଥିବ ସେହି ସାମଗ୍ରୀ ବ୍ୟବହାର କରାଯାଉଥିଲା। ଉକ୍ତ ସ୍ଥାନରେ କୀଟପତଙ୍ଗ ଏବଂ ମୂଷା ମଧ୍ୟ ଦେଖିବାକୁ ମିଳିଥିଲା।୩୦ ବର୍ଷ ପୁରୁଣା ରେଷ୍ଟୁରାଣ୍ଟର ଶ୍ରମିକମାନଙ୍କ ପାଖରେ କୌଣସି ସ୍ୱାସ୍ଥ୍ୟ କାର୍ଡ ନଥିଲା ଏବଂ ସେମାନେ ଆବାସିକ ନିୟମକୁ ଉଲ୍ଲଂଘନ କରୁଥିଲେ ବୋଲି ଅଧିକାରୀମାନେ ଉଲ୍ଲେଖ କରିଛନ୍ତି। ବର୍ତ୍ତମାନ ଏହି ଭୋଜନାଳୟକୁ ବନ୍ଦ କରାଯାଇଛି।