ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: କୁହନ୍ତି ନାରୀ ଗୋଟିଏ ଘରକୁ ଯୋଡି ରଖିବାରେ ମୁଖ୍ୟ ଭୂମିକା ଲିଭାଏ। ତେଣୁ ନାରୀ ମାନଙ୍କ ହାତରେ ଭଙ୍ଗା ଅଧା ଗଢ଼ା ଜିନିଷ ସଜାଡି ହୋଇଯାଏ। ସେହିଥି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନାରୀ ମାନଙ୍କ ହାତରେ ଶାସନର ଡୋରୀ ଦେଇଛନ୍ତି। କେବଳ ଏତିକି ନହେଁ ନାରୀ ସଶକ୍ତିକରଣ ଦିଗରେ ବହୁ ଉଚ୍ଚ ଏବଂ ଉନ୍ନତମାନର ପଦକ୍ଷେପ ମଧ୍ୟ ଦିଆଯାଉଛି। ନିକଟରେ ପ୍ରଥମଥର ପାଇଁ ଭୁବନେଶ୍ବରରେ ମେୟର ପଦବୀ ପାଇଁ ମହିଳା ମାନଙ୍କୁ ଅଗ୍ରାଧିକାର ଦିଆଯାଇଥିଲା। ଏବଂ ଭୁବନେଶ୍ବର ପ୍ରଥମ ମହିଳା ଭାବରେ ସୁଲୋଚନା ଦାଶ ନିର୍ବାଚିତ ହୋଇ ଭୁବନେଶ୍ବରର ଦାଇତ୍ବ ନିଜ ହାତକୁ ନେଲେ। ନିର୍ବାଚନ ଜିତିବା ପରଠାରୁ ଭୁବନେଶ୍ବରର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି ସୁଲୋଚନା ଯାହାକି କି ଆପଣ ଏହି ଫଟୋ ମାଧ୍ୟମରେ ଦେଖିପାରୁଥିବେ।

ବର୍ତ୍ତମାନ ରାଜଧାନୀର ସବୁଛୋଟ ବଡ କାର୍ଯ୍ୟକ୍ରମରେ ସୁଲୋଚନାଙ୍କୁ ଦେଖିବାକୁ ମିଳୁଛି। ଆଜି ସୁଲୋଚାନା ଦାସ ୱାର୍ଡ ନମ୍ବର ୩ ର ୱାର୍ଡ କାର୍ଯ୍ୟାଳୟ ପରିଦର୍ଶନ କରି ଡ୍ରେନେଜ ଏବଂ ପରିମଳ ବିଷୟରେ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଏହାପରେ ପାଟିଆରେ ସ୍ଥାନୀୟ ଶବଦାହର ସୌନ୍ଦର୍ଯ୍ୟକରଣ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।ମେୟରଙ୍କ ଆଜିର ଗସ୍ତରେ ଜୋନାଲ ଡେପୁଟି କମିଶନର (ଉତ୍ତର) ପୁରନ୍ଦର ନନ୍ଦା (OAS), ଅନ୍ୟ ଅଧିକାରୀ ଏବଂ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।

କିପରି ଭୁବନେଶ୍ବରବାସୀଙ୍କର ସବୁ ଦୁଃଖ ଦୂର ହୋଇପାରିବ ତାହା ଉପରେ ପ୍ରତିଦିନ ତର୍ଜମା କରିବା ସହିତ ସବୁ କ୍ଷେତ୍ରକୁ ନିଜେ ପରିଦର୍ଶନ କରୁଛନ୍ତି ସୁଲୋଚନା। ମୁଖ୍ୟମନ୍ତ୍ରୀଙ୍କର ନୀତିଆଦର୍ଶରେ ଅଣୁପ୍ରାଣିତ ହୋଇଥିବା ସୁଲୋଚନା ଭୁବନେଶ୍ବରବାସୀଙ୍କର ସବୁ ଦୁଃଖକୁ ଦୂର କରିବା ପାଇଁ ନିଜର ମନୋବଳକୁ ଦୃଢ଼ କରିଛନ୍ତି। ଯାହାକି ତାଙ୍କର ନିତିଦିନର କାର୍ଯ୍ୟରେ ପ୍ରତିଫଳିତ ହେଉଛି। ମେୟର ହେବା ଦିନଠାରୁ ଗୋଟିଏ ଦିନକୁ ବ୍ୟର୍ଥରେ ଯିବାକୁ ଦେଇ ନାହାନ୍ତି, ପ୍ରତିଦିନ ସେ କିଛି ନା କିଛି ଲୋକାଭିମୁଖ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଛନ୍ତି। ଭୁବନେଶ୍ବର ମେୟରଙ୍କ ଏପରି କାର୍ଯ୍ୟକାରିତାକୁ ଦେଖି ଯାହା ଆଶା କରାଯାଉଛି ଭୁବନେଶ୍ବରବାସୀଙ୍କ ସମସ୍ୟାର ନିଶ୍ଚୟ ସମାଧାନ ହେବ।