ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଗତକାଲି ରାଜ୍ୟସରକାର ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ରାଜ୍ୟରେ ତାତି ବଢ଼ୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା ।ତେବେ ଆଜି ପୁଣି ଏକ ନୂତନ ନିଷ୍ପତ୍ତି ନିଆଯାଇଛି। ଉଚ୍ଚ ଶିକ୍ଷା ବିଭାଗ ତରଫରୁ କୁହାଯାହାଇଛି ଯେ ଆସନ୍ତା ୨୭ ତାରିଖ ଠାରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୟୁଜି ଆଉ ପିଜି ପିଲା ମାନଙ୍କର କ୍ଲାସ ରୁମ ଶିକ୍ଷାକୁ ବନ୍ଦ କରାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ରାଜ୍ୟରେ ଦଶମ ଏବଂ ଦ୍ବାଦଶ ପିଲା ମାନଙ୍କର ପରୀକ୍ଷା ଚାଲୁରହିବ।