ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ ହେଲେ ବିଜେଡି କର୍ମୀ । ବିଜୁ ଯୁବ ଜନତା ଦଳ ରୁ ସୂର୍ଯ୍ୟନାରାୟଣ ରାଜଗୁରୁ ଏବଂ କେ,ଆପାରାଓ ଙ୍କୁ ସସପେଣ୍ଡ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବିଦା କରାଯାଇଥିବାର ସୂଚନାମିଳିଛି। ଏନେଇ ସୂଚନା ଦେଇଛନ୍ତି ବିଜେଡି ର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ। ସୂର୍ଯ୍ୟନାରାୟଣ ରାଜଗୁରୁ ପାରଳେଖମୁଣ୍ଡିର ଟାଉନ ପ୍ରେସିଡେଣ୍ଟ ଏବଂ କେ,ଆପାରାଓ ଗଜପତିର ଭାଇସ ପ୍ରେସିଡେଣ୍ଟ ସଦସ୍ୟ ଥିଲେ। ତେବେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡି ରୁ ନିଷ୍କାସିତ କରାଯାଇଛି।