ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଖରା ଛୁଟି ନେଇ ବଦଳିପାରେ ନିଷ୍ପତ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରଭାବକୁ ଦେଖି ସ୍କୁଲ ଛୁଟି କରିବାକୁ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା। ଜୁନ ୬ ରୁ ୧୬ ଯାଏଁ ସ୍କୁଲ ବନ୍ଦକୁ ନେଇ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ବର୍ତ୍ତମାନ ତାପମାତ୍ରାକୁ ଦେଖି ଆଗାମୀ କିଛି ଦିନ ପାଇଁ ଏହି ଖରା ଛୁଟି ଘୋଷଣା କରାଯାଇପାରେ। ଏହାକୁ ନେଇ ବୈଠକ ବସିଛି ହୋଇଛି। ରାଜ୍ୟରେ ତାତି ଅସହ୍ୟ ହେଉଥିବାରୁ ଆଜି ଠାରୁ ଆଗାମୀ ୭ ଦିନ ପାଇଁ ଖରା ଛୁଟି ଘୋଷଣା କରି ପାରନ୍ତି ସରକାର। ତେବେ ଏହା ପାଇଁ ବୈଠକରେ ଆଲୋଚନା କରାଯାଉଛି। କରୋନା ପାଇଁ ରାଜ୍ୟରେ ପାଠ ପଢ଼ାରେ ବହୁ ବ୍ୟତିକ୍ରମ ହେଉଥିବାରୁ ଚଳିତ ବର୍ଷ ଖରାଛୁଟି କୁ କମ କରାଯାଇଛି।