ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ବଢ଼ୁଛି ତାତି। ରାଜ୍ୟରେ ଗ୍ରୀଷ୍ମ ପ୍ରଭାବକୁ ଦେଖି ସ୍କୁଲ ଛୁଟି କରିବାକୁ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ବର୍ତ୍ତମାନ ରାଜ୍ୟରେ ଯେଉଁ ପରିମାଣରେ ଖରା ହେଉଛି ବାହରକୁ ବାହାରିବା ସମ୍ଭବକର ହୋଇପାରୁ ନାହିଁ। ତେଣୁ ଏଥିପାଇଁ ରାଜ୍ୟରେ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟସରକାର। ତେବେ ଖରା ପାଇଁ ବିଦ୍ୟାଳୟ ବନ୍ଦ କରିବା ବିଷୟରେ ଆଲୋଚନା କରିବା ପାଇଁ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆଗାମୀ ୫ ଦିନ ପାଇଁ ରାଜ୍ୟରେ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ତାତି ଅସହ୍ୟ ହେଉଥିବାରୁ ଆଜି ଠାରୁ ଆଗାମୀ ୫ ଦିନ ପାଇଁ ଖରା ଛୁଟି ଘୋଷଣା କରିଛନ୍ତି ସରକାର। ସ୍କୁଲ ବନ୍ଦ ଥିବା ସତ୍ତ୍ବେ ଦଶମ ଏବଂ ଯୁକ୍ତ ଦୁଇ ପରୀକ୍ଷା ଚାଲୁ ରହିବ। ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।