ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ :ଆଜି ଅପରାହ୍ନରେ ସତ୍ୟ ନିକେତନରେ ଚାଲୁ ରହିଥିବା ଏକ କୋଠା ହଠାତ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ଏହି ନିର୍ମାଣାଧୀନ କୋଠା ତଳେ ୫ଜଣ ଫସି ରହିଥିବାର ଜଣାପଡିଛି। ତେବେ ସେଠାରେ ବର୍ତ୍ତମାନ ଏନଡିଆରଏଫ କର୍ମଚାରୀ ମାନଙ୍କୁ ନିୟୋଜିତ କରାଯାଇ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି । ଏହା ମଧ୍ୟରେ ଜଣଙ୍କୁ ଉଦ୍ଧାର କରି ଯାଇଥିବା ସୂଚନା ମିଳଛି।