ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଡହ ଡହ ଖରାରେ ଫୁଟୁଛି ରାଜଧାନୀ। ପୁଣି ଏହା ଉପରେ ଲଗାତାର ବିଦ୍ୟୁତ କାଟ ଲୋକ ମାନଙ୍କୁ ଅସହ୍ୟ କରିଦେଇଛି। ତାତିକୁ ସହି ନପାରି ଘରୁ ବାହାରକୁ ପାଦ ନ କାଢ଼ିପାରୁ ଥିବା ଲୋକେ ଏବେ ଘରେ ମଧ୍ୟ ଶାନ୍ତିରେ ବସି ପାରୁ ନାହାନ୍ତି। ତେବେ ରାଜ୍ୟରେ ହେଉଥିବା ବିଦ୍ୟୁତ କାଟକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଉଥିବା ବେଳେ ଏହି ସଙ୍କଟକୁ ଦୁରକରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ।ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠତି ହୋଇଛି। କିପରି ବିଦ୍ୟୁତ କାଟ ସମସ୍ୟାକୁ ଦୂର କରିହେବ ତାହା ଉପରେ ଆଲୋଚନା କରାଯାଇଛି। ଆଗକୁ ଛାତ୍ର ଛାତ୍ରୀ ମାନଙ୍କର ପରୀକ୍ଷା ଥିବାରୁ ବିଦ୍ୟୁତ ଯୋଗଣ କୁ ନିରବିଚ୍ଛିନ୍ନ ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟର ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଅନବରତ ବିଜୁଳି ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ସେ କହିଥିବା ବେଳେ ଏଥିପାଇଁ ସମସ୍ତ ଡିସିକମ ମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଜାରି କରିଛନ୍ତି। ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା ବେଳେ ଭିସି ଜରିଆରେ ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ ଉପସ୍ଥିତ ରହିଥିଲେ।