ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ରାଜସ୍ଵ ବିଭାଗ ପକ୍ଷରୁ ୧୧ ଓଡ଼ିଶା ପ୍ରଶାସନିକ ସେବା ( ଓଏଏସ୍ ) ଅଧିକାରୀଙ୍କୁ ବଦଳି କରାଯାଇଥିବା ସୂଚନା ମିଳିଛି । ତେବେ ଏହି ବିଭାଗର ବିଜ୍ଞପ୍ତି ଅନୁଯାୟୀ ରଘୁନାଥ ମୁଣ୍ଡାରୀଙ୍କୁ ଚିତ୍ରକୋଣ୍ଡା ବିଡିଓ ଭାବେ ସ୍ଥାନାନ୍ତରିତ କରାଯାଇଛି। ସେହିପରି ପିପିଲି ତହସିଲଦାର ସପନ କୁମାର ନନ୍ଦଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ବଦଳି କରାଯାଇଥିବାବେଳେ କାର୍ତ୍ତିକ ମଣ୍ଡଳଙ୍କୁ ଭଦ୍ରକ ଭୂ – ଅଧୂଗ୍ରହଣଅଧିକାରୀ , ରାମକୃଷ୍ଣ ନାୟକଙ୍କୁ ପୋଡିଆ ବିଡିଓ ଭାବେ ବଦଳି କରାଯାଇଛି । ସେହିପରି ନିରଞ୍ଜନ ନାୟକଙ୍କୁ ଆନନ୍ଦପୁର ସେତୁ ପ୍ରକଳ୍ପର ଜୋନ୍ ଅଧିକାରୀ ଭାବେ ବଦଳି କରାଯାଇଥିବାବେଳେ ମହେନ୍ଦ୍ର କୁମାର ବଢ଼େଇଙ୍କୁ ନୂଆପଡା ଡେପୁଟିକଲେକ୍ଟର ଭାବେ ବଦଳି କରାଯାଇଛି। ସେହିପରି କାବେରୀ ମୁଦୁଲିଙ୍କୁ ‘ ମୋ ସ୍କୁଲ ’ ଅଭିଯାନର ଓଏସଡି , ଶ୍ରୀମନ୍ତ ମିଶ୍ରଙ୍କୁ ରାଜସ୍ବ ପର୍ଷଦର ଅନୁସଚିବ , ସୋନାଲି ଚାନ୍ଦ ଓ ପ୍ରଶାନ୍ତ ତରାଇଙ୍କୁ କ୍ରୀଡା ବିଭାଗ ଓଏସଡ଼ି ଏବଂ ପ୍ରିୟଦର୍ଶିନୀ ଜେନାଙ୍କୁ କଟକ ଜିଲ୍ଲାପାଳ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଭାବେ ପୁନଃ ଅବସ୍ଥାପିତ କରାଯାଇଛି ।