ସନଷ୍ଟାର ଟିଭି ବ୍ୟୁରୋ
ପୁରୀ:ଶ୍ରୀମନ୍ଦିର ବିକାଶ ସମେତ ପର୍ଯ୍ୟଟନସ୍ଥଳୀ ଉନ୍ନତି ପାଇଁ ପୁରୀ ଗସ୍ତରେ ଆସିଥିବା ସଂସଦୀୟ ଟିମ ସଦସ୍ୟ ମାନେ ପୁରୀ ରେ ପହଂଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।ଟି.ଜି.ଭେଙ୍କଟେଶଙ୍କ ଅଧ୍ୟକ୍ଷତାରେ ଆସିଛି ସଂସଦୀୟ ଟିମ୍।ଟିମ୍ ସହ ଏଏସଆଇ ଏଡ଼ିଜି ଆଲୋକ ତ୍ରିପାଠୀ ଓ ଓଡିଶା ଏ ଏସ ଆଇ ସୁପରିଟେଣ୍ଡ ଅରୁଣ ମଲ୍ଲିକ ଆସି ଶ୍ରୀ ମନ୍ଦିର ର ଚାଲିଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଛନ୍ତି l ଶ୍ରୀ ମନ୍ଦିର ଚାଲିଥିବା ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଧାରା କୁ ନେଇ ଆପତି ଉଠିଥିବା ବେଳେ ଏଏସଆଇ ଏଡ଼ିଜି କହିଛନ୍ତି ଏନେଇ ମାମଲା କୋର୍ଟ ରେ ବିଚାରାଧିନ ଅଛି । କୋର୍ଟ ନିର୍ଦ୍ଦେଶ ଆସିବା ପରେ ନିର୍ଦ୍ଦେଶ ଅନୁଯାୟୀ ସବୁ କିଛି କାର୍ଯ୍ୟ ହେବ। ତେବେ ଐତିହ କୀର୍ତ୍ତିରାଜି ର ୧୦୦ମିଟର ପରିଧି ଭିତରେ ରାଜ୍ୟ ସରକାର ସ୍ଥାୟୀ ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ଏହା ଠିକ କି ନୁହେଁ ସେ ନେଇ ଏ ଏସ ଆଇ ଏ ଡି ଜି ଆଲୋକ ତ୍ରିପାଠୀ ରାଜ୍ୟ ସରକାର ଙ୍କ ବିରୋଧ ରେ ପାଟି ଖୋଲି ନାହାନ୍ତି । କେବଳ ମାମଲା କୋର୍ଟ ରେ ଅଛି ଯାହା ନିର୍ଦ୍ଦେଶ ଆସିବ ସେହି ଅନୁଯାୟୀ ଏ ଏସ ଆଇ କାର୍ଯ୍ୟ କରିବ ବୋଲି ଏ ଡି ଜି କହିଛନ୍ତି । ସେପଟେ କେନ୍ଦ୍ର ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସଂସଦୀୟ କମିଟି ସଦସ୍ୟଙ୍କ ପୁରୀ ଗସ୍ତ ରେ ୨୨ ଜଣିଆ ସଦସ୍ୟଙ୍କ ଗସ୍ତ ରହିଛି ।ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି l ଶ୍ରୀ ମନ୍ଦିରର ଉର୍ନ୍ନତିକରଣ ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ କିପରି ହୋଇପାରିବ ତାହା ଉପରେ ଅନୁଧ୍ୟାନ କରିଛନ୍ତି । ଶ୍ରୀ ମନ୍ଦିର ର ଐତିହ୍ୟ କୀର୍ତିରାଜ ଦେଖି ବେଶ ଖୁସିବ୍ୟକ୍ତ କରିଥିଲେ ଏହି ପ୍ରତିନିଧି ମଣ୍ଡଳୀ । ତେବେ ଶ୍ରୀ ମନ୍ଦିର ପରିକ୍ରମା ମାର୍ଗର ବିକାଶ କାର୍ଯ୍ୟକୁ କମିଟି ର ସଦସ୍ୟ ମାନେ ସମର୍ଥନ କରିଥିବାବେଳେ ସମସ୍ତ କାର୍ଯ୍ୟ ଏଏସଆଇ ଙ୍କ ନିୟମ ପରିଧି ମଧ୍ୟରେ ହେବା ଉଚିତ ବୋଲି କମିଟି ସଦସ୍ୟ ମତ ରଖିଛନ୍ତି ।