ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଗୁରୁବାର ଭାରତ ଗସ୍ତ ଆସିଛନ୍ତି। ସେ ସକାଳେ ଅହମ୍ମଦାବାଦରେ ପହଞ୍ଚିଥିଲେ। ଏହାପରେ ବିମାନବନ୍ଦରରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ଅହମ୍ମଦାବାଦ ବିମାନବନ୍ଦରରେ ଜନସନଙ୍କୁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏବଂ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଉପସ୍ଥିତ ରହିଥିଲେ ଏହାସହ ତାଙ୍କୁ ଗ୍ରହଣ କରିବା ପାଇଁ ରାଜ୍ୟର ବରିଷ୍ଠ ଅଧିକାରୀ ଓ ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ। ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ବିମାନ ବନ୍ଦର ଅଭିମୁଖେ ବିମାନ ବନ୍ଦର ତଥା ରାସ୍ତାରେ ପାରମ୍ପାରିକ ଗୁଜୁରାଟୀ ନୃତ୍ୟ ଏବଂ ସଙ୍ଗୀତ ପରିବେଷଣ କରି ସ୍ୱାଗତ କରିଯାଇଥିଲା।
ବିମାନବନ୍ଦର ସର୍କଲରୁ ଆଶ୍ରମ ରୋଡରେ ଥିବା ପାଞ୍ଚ ତାରକା ହୋଟେଲ ପର୍ଯ୍ୟନ୍ତ ଚାରି କିଲୋମିଟର ପର୍ଯ୍ୟନ୍ତ ନିୟମିତ ବ୍ୟବଧାନରେ ୪୦ଟି ପ୍ଲାଟଫର୍ମ ନିର୍ମିତ କରାଯାଇ ପାରମ୍ପାରିକ ଭାରତୀୟ ନୃତ୍ୟ ପରିବେଷଣ କରାଯାଉଥିଲା। ଏହା ପରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଗାନ୍ଧିନଗର ଅନ୍ତର୍ଗତ ଗୁଜୁରାଟ ବାୟୋଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ପରିଦର୍ଶନ କରିବେ। ବ୍ରିଟିଶ ପ୍ରଧାନମନ୍ତ୍ରୀ ଗୁଜୁରାଟ ଗସ୍ତ ପରେ ନୂଆଦିଲ୍ଲୀ ଯିବା ପୂର୍ବରୁ ଗାନ୍ଧିନଗରର ସ୍ବାମୀନାରାୟଣ ସମ୍ପ୍ରଦାୟର ପ୍ରସିଦ୍ଧ ଅକ୍ଷୟଧାମ ମନ୍ଦିର ପରିଦର୍ଶନ କରିବେ। ଦିଲ୍ଲୀରେ ଜନସନ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ।