ସନଷ୍ଟାର ଟିଭି ବ୍ୟୁରୋ
କିଭ: ଜଣେ ୟୁକ୍ରେନ ସୈନିକଙ୍କ ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଖୁବ ଭାଇରାଲ ହେଉଛି। ତେବେ ଏହି ଭିଡିଓଟି ଭାଇରାଲ ହେବା ପଛରେ କାରଣଟି ହେଉଛି କିପରି ଯୁଦ୍ଧରେ ସୈନିକଙ୍କ ଜୀବନକୁ ବଞ୍ଚାଇବାରେ ତାଙ୍କର ଫୋନ ସକ୍ଷମ ହୋଇପାରିଲା। ଫୋନ ପାଇଁ ବୁଲେଟ୍ ଟି ସୈନିକଙ୍କ ଦେହରେ ବାଜିବା ବଳରେ ମୋବାଇଲ୍ ଫୋନ୍ରେ ଅଟକି ଯାଇଥିଲା।
ୟୁକ୍ରେନ ସୈନିକଙ୍କୁ ୠଷର ସୈନ୍ୟମାନେ ଗୁଳି ଚଳାଇଥିବା ବେଳେ ଗୋଟିଏ ଗୁଳି ସୈନିକଙ୍କ ମୋବଇଲ ଫୋନରେ ବାଜି ଅଟକି ଯାଇଥିଲା। ସେ ଗୁଳିରୁ ବଞ୍ଚି ଯାଇଥିଲେ। ବୁଲେଟ୍ ଫୋନରେ ଅଟକି ରହିଲା। ୟୁକ୍ରେନ ସୈନିକଙ୍କର ଭାଇରାଲ ଭିଡିଓରେ ଅଟକି ରହିଥିବା ବୁଲେଟ ସହିତ ନିଜର କ୍ଷତିଗ୍ରସ୍ତ ଫୋନକୁ ଦର୍ଶାଇ କହିଛନ୍ତି ଆଉ କହିଛନ୍ତି… ସ୍ମାର୍ଟଫୋନ୍ ମୋ ଜୀବନ ରକ୍ଷା କରିଛି।
ଏହି ଭିଡିଓ ଏକ ସମୟରେ ଆସିଛି ଯେତେବେଳେ ୟୁକ୍ରେନ ଏବଂ ୠଷ ମଧ୍ୟରେ ଯୁଦ୍ଧ ଯାହା ଦ୍ବିତୀୟ ମାସରେ ପ୍ରବେଶ କରିଛି। ତେବେ ଏହାର ସମାପ୍ତି କେବେ ହେବ ତାହାର କୌଣସି ଚିହ୍ନ ବର୍ଣ୍ଣ ନାହିଁ। ସେପଟେ ୠଷ ଯୁକ୍ତି ଜାରି ରଖିଛି ଯେ ସେମାନଙ୍କର “ସ୍ବତନ୍ତ୍ର ଅପରେସନ୍” କେବଳ ୟୁକ୍ରେନ ସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରୁଛି ଏବଂ ସାଧାରଣ ନାଗରିକ ଏହାକୁ ଟାର୍ଗେଟ କରୁନାହାଁନ୍ତି।