ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିବହନ କାର୍ଯ୍ୟରେ ନିୟୋଜିତ ବସ ଓ ଅନ୍ୟ ହାଲୁକା ଯାନର ଯାଞ୍ଚ କରିବାକୁ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ( ଏସଟିଏ ) ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଜି ଠାରୁ ଏହି କାର୍ଯ୍ୟ ଆରମ୍ଭ କରାଯାଇଛି । ଏପ୍ରିଲ ୨୦ରୁ ୨୭ ତାରିଖ ପର୍ଯ୍ୟନ୍ତ ଯାଞ୍ଚ କରି ୨୮ ସୁଦ୍ଧା ବିବରଣୀ ଦାଖଲ କରିବାକୁ ଏସ୍ଟିଏ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରି କୁହାଯାଇଛି। ତେବେ ଛାତ୍ରଛାତ୍ରୀ ଯାଉଥିବା ଗାଡିର ଫିଟନେସ୍ , ଅନୁମତିପତ୍ର ବୀମା ଆଦିର ଯାଞ୍ଚ ହେବ । ଆଜିଠୁ ଆଗାମୀ ୨୭ ତାରିଖ ଯାଏଁ ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ବସ୍ ଓ ଅନ୍ୟ ଛୋଟ ଛୋଟ ଯାନ ଗୁଡିକର ଫିଟନେସ୍, ଇନ୍ସୁରାନ୍ସ, ପରମିଟ,ପଲ୍ୟୁସନ ସାର୍ଟିଫକେଟ ଆଦିର ଚେକିଂ କରାଯିବ। ଧାର୍ଯ୍ୟ ନିୟମଠାରୁ ଅଧିକ ପିଲାଙ୍କୁ ନେଉଥିଲେ ଜରିମାନା କରାଯିବ । ସୂଚନାଯୋଗ୍ୟ ଯେ ରାଜ୍ୟର ଅଧିକାଂଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ବହୁ ପୁରୁଣା ଗାଡ଼ିରେ ପରିବହନ କରାଯାଉଛି । ଯାହା ପାଇଁ ବହୁ ସମୟରେ ଦୁଃଘର୍ଟଣା ମଧ୍ୟ ଦେଖିବାକୁ ପଡୁଛି। ସ୍କୁଲ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପରିବହନ ମନ୍ତ୍ରୀ ଏଭଳି ପଦକ୍ଷେପ ନେଇଛନ୍ତି। କାରଣ ପିଲାମାନଙ୍କ ସୁରକ୍ଷା ହେଉଛି ସର୍ବପ୍ରଥମ। ତେଣୁ ଏଥିପାଇଁ ଏହି ଯାଞ୍ଚ କାମ କରାଯାଇଛି।