ସନଷ୍ଟାର ଟିଭି ବ୍ୟୁରୋ
କେନ୍ଦ୍ରାପଡା:ଅଲିଭ ରିଡ୍ଲେ ଏନ୍ତୁଡିଶାଳ କୁହାଯାଉଥିବା ଗହିରମଥାରେ ଦେଖିବାକୁ ମିଳିଛି ଅବ୍ୟବସ୍ଥା। ଚଳିତ ବର୍ଷ ଅଣ୍ଡାଦାନ ପ୍ରକିୟା ବିଳମ୍ବ ହୋଇଥିବା ସତ୍ତ୍ବେ ମାର୍ଚ୍ଚ ୨୫ରୁ ଏବେ ଯାଏ ୫ ଲକ୍ଷରୁ ଅଧିକ କଇଁଛ ଅଣ୍ଡା ଦେଇ ରେର୍କଡ କରିଥିବା ବନ ବିଭାଗ କହୁଛି । ହେଲେ ଏମାନଙ୍କ ସୁରକ୍ଷା ପାଇଁ କୌଣସି ପଦକ୍ଷପ ଗ୍ରହଣ କରାଯାଉନାହିଁ । ପେଟ୍ରୋଲିଂ ପାଇଁ ବନ ବିଭାଗ ପାଖରେ କୌଣସି ଅତ୍ୟାଧୁନିକ ବୋଟ୍ ନଥିବାର ଅଭିଯୋଗ ଆସିଛି । ବନ୍ୟ ବିଭାଗର ସୂଚନା ଅନୁସାରେ ଯେଉଁ ୨ଟି ହାଇସ୍ପିଡ ବୋଟ୍ ରହିଛି ତାହା ମଧ୍ୟ ଅଚଳ ହୋଇପଡିରହିଛି। ସଠିକ ଭାବେ ପେଟ୍ରୋଲିଂ କରାଯାଉନଥିବାରୁ କଇଁଛ ଆଗମନ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଏହାକୁନେଇ ପରିବେଶବିତ ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି। ତେବେ ସୂଚନା ଅନୁସାରେ ଯେଉଁ ସବୁ ଅଭିଯୋଗ କରାଯାଉଛି ତାହା କେବଳ କାଗଜ କଲମରେ ସିମିତ ହୋଇ ରହିଯାଉଛି। ପେଟ୍ରୋଲିଂ ପାଇଁ ହାଇ ସ୍ପିଡ ବୋଟ ପାରାଦୀପରୁ ମଗାଯାଇଥିବା ବେଳେ ହାଇ ସ୍ପେସିଫିକ ପ୍ଲାନରେ ମଧ୍ୟ ଆଉ ଏକ ବୋଟ ମିଳିବ ବୋଲି କୁହାଯାଇଛି । ଯାହାଦ୍ୱାରା ଅଲିଭ୍ ରିଡ୍ଲେ ସୁରକ୍ଷା କଡାକଡି ହୋଇପାରିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।(ରିର୍ପୋଟ:ସୋନାଲି)