ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ଭାରତୀୟ ପ୍ରଶାସିକ ସେବା ( ଆଇଏଏସ ) ସ୍ତରରେ ଛୋଟଧରଣର ଅଦଳବଦଳ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ୨୦୦୯ ବ୍ୟାଚର ଆଇଏଏସ୍ ତଥା ସମବାୟ ସମିତି ନିବନ୍ଧକ ସୁଶାନ୍ତ କୁମାର ବାରିକଙ୍କୁ ପୂର୍ତ୍ତବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ସେହିପରି ୨୦୧୧ ବ୍ୟାଚର ଆଇଏଏସ ତଥା ପଞ୍ଚାୟତିରାଜ ବିଭାଗ ଅତିରିକ୍ତ ସଚିବ ଡ . ଉଦ୍ଧବ ଚନ୍ଦ୍ର ମାଝିଙ୍କୁ ସମବାୟ ନିବନ୍ଧକ ଭାବେ ବଦଳି କରାଯାଇଛି ।