ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ୨ ଦିନରେ ରାଜ ରାସ୍ତାରେ ବସିଛନ୍ତି ଡ୍ରାଇଭର ମହାସଂଘ। ୧୦ ଦଫା ଦାବି ଦେଇ ଗତକାଲି ଠାରୁ ଧାରଣା ଦେଉଛନ୍ତି ଡ୍ରାଇଭର। ତେବେ ଡ୍ରାଇଭର ମାନଙ୍କର ଦାବି ହେଉଛି ସେମାନଙ୍କୁ କେରୋନା ଯୋଦ୍ଧା ବୋଲି ଘୋଷଣା କରାଯିବା ସହ ତାଙ୍କୁ ଲାଇଫ ଇନ୍ସୁରାନ୍ସ ଠାରୁ ଆରମ୍ଭ କରି ପେନସନ ଏବଂ ବିଭିନ୍ନ ବସ ରହଣୀ ସ୍ଥାନରେ ବିଶ୍ରାମ କକ୍ଷ ଆଦି ମୌଳିକ ସୁବିଧା ଯୋଗାଇ ଦିଆଯାଉ। ତେବେ ମହାସଂଘ ତରଫରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଥିବା ବେଳେ ୩୦ ଜିଲ୍ଲାର ୨ଲକ୍ଷରୁ ଅଧିକ ଡ୍ରାଇଭର ମାନେ ଏଠାରେ ଯୋଗ ଦେଇଥିଲେ। ଏହି ୧୦ଦଫା ଦାବି ନେଇ ଡ୍ରାଇଭର ମହାସଂଘ ୨୦୨୧ ଡିସେମ୍ବରରେ ପଦ ଯାତ୍ରା କରିଥିଲେ। ତାଙ୍କ ଦାବି ପୂରଣ ନେଇ ତାଙ୍କୁ ପ୍ରତିଶୃତି ଦିଆଯାଉଥିବା ବେଳେ ଏହି ପ୍ରତିଶୃତି କେବଳ ପ୍ରତିଶୃତି ହୋଇ ରହିଯାଇଥିଲା। ଯାହାଫଳରେ ରାଜ ରାସ୍ତାରେ ଗର୍ଜନ କରିଛି ଡ୍ରାଇଭର ମହାସଂଘ। ତେବେ କେବଳ ଓଡିଶାରେ ନୁହେଁ ଦିଲ୍ଲୀରେ ମଧ୍ୟ ଅଟୋ ଏବଂ ଟ୍ୟାକ୍ସି ଡ୍ରାଇଭର ୟୁନିଅନ ତାଙ୍କର ଧର୍ମଘଟ ଜାରି ରଖିଛନ୍ତି। ଇନ୍ଧନ ମୂଲ୍ୟ ବୃଦ୍ଧି ବିରୋଧରେ ଧର୍ମଘଟ ଜାରି ରଖିଛନ୍ତି ଡ୍ରାଇଭର ୟୁନିଅନ । ସୋମବାର ଦିନ ଟ୍ୟାକ୍ସି ଡ୍ରାଇଭରମାନେ ରାସ୍ତାକୁ ଓହ୍ଲାଇଥିଲେ। ଯାହାଫଳରେ ରାଜଧାନୀରେ କୌଣସି ଓଲା କିମ୍ବା ଉବର ଆଦି ପାଇଁ ବୁକ କରିପାରି ନଥିଲେ। ଏଥିପାଇଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧା ଭୋଗିଥିଲେ। ଡ୍ରାଇଭର ୟୁନିଅନ ଅଭିଯୋଗ କରିଛନ୍ତି ଯେ ମୂଲ୍ୟ ବୃଦ୍ଧି ହେତୁ ଓଲା ଏବଂ ଉବର କ୍ୟାବଗୁଡ଼ିକ “ବର୍ଦ୍ଧିତ ହାରରେ” ଉପଲବ୍ଧ ଥିବାରୁ ସେମାନଙ୍କୁ ଦୀର୍ଘ ଘଣ୍ଟା ଅପେକ୍ଷା କରିବାକୁ ପଡୁଛି।
ଦିଲ୍ଲୀର ଅଟୋ ରିକ୍ସା ସଂଗଠନର ସାଧାରଣ ସମ୍ପାଦକ ରାଜେଶ ସୋନି ପିଟିଆଇ ପକ୍ଷରୁ କହିଛନ୍ତି ଯେ “ଆମର ଅଟୋ ଏବଂ କ୍ୟାବକୁ ପ୍ରତିଦିନ କ୍ଷତି ସହିବାକୁ ପଡୁଛି ଆମେ ଏହା ସହିପାରିବୁ ନାହିଁ।
ଅଟୋ ଏବଂ ଟ୍ୟାକ୍ସି ଆସୋସିଏସନ୍ ସରକାରଙ୍କୁ CNG ମୂଲ୍ୟରେ କିଲୋଗ୍ରାମ ପାଇଁ ୩୫ ସବସିଡି ପ୍ରଦାନ କରିବାକୁ ଏବଂ ଇନ୍ଧନ ମୂଲ୍ୟର ପ୍ରଭାବକୁ ଦୂର କରିବାକୁ ଭଡା ବୃଦ୍ଧି କରିବାକୁ କହିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଦିଲ୍ଲୀ ସରକାର ଘୋଷଣା କରିବା ସତ୍ତ୍ବେ ସେମାନଙ୍କ ଧର୍ମଘଟକୁ ବନ୍ଦ କରିବାକୁ ମନା କରି ସେମାନେ ସେମାନଙ୍କ ସହ ଏକ ବୈଠକ କରିବାକୁ ସରକାରଙ୍କୁ ଦାବି କରିଛନ୍ତି।