ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ଫେଡେରେସନ୍ କ୍ରୟ ଏବଂ ମାର୍କେଟିଂ ମୂଲ୍ୟରେ ସଂଶୋଧନ କରିଛି । ଯାହା ଫଳରେ ଆସନ୍ତା ଏପ୍ରିଲ୍ ୨୧ ରୁ OMFED କ୍ଷୀରର ମୂଲ୍ୟ ବୃଦ୍ଧି ପାଇବାକୁ ଯାଉଛି। ଖବର ଅନୁଯାୟୀ, କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି। ଯାହାକି ଆସନ୍ତା ୨୧ ତାରିଖରୁ ଲାଗୁ ହେବ।
ଦୁଗ୍ଧ ବିକ୍ରେତା ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି OMFED ଏହି ନିଷ୍ପତ୍ତି ନେଇଛି। ସମ୍ପ୍ରତି, OMFED କ୍ଷୀରର ୫୦୦ମିଲି ପ୍ୟାକେଟ୍ ୨୩ ଟଙ୍କାରେ ବିକ୍ରି ହେଉଛି ଯାହାକି ଆଗାମୀ ଦିନରେ ପ୍ୟାକେଟଗୁଡିକ ୨୪ ଟଙ୍କାରେ ବିକ୍ରି ହେବ।
ଏହି ସମୟରେ, ଅର୍ଥାତ ଏପ୍ରିଲ୍ ୨୧ରେ OMFED ଭୁବନେଶ୍ୱର, କଟକ, ଏବଂ ପୁରୀରେ ଏକ ନୂତନ ପ୍ରକାରର ଦୁଗ୍ଧ ଯାହାର ନାମ ‘ଚାଇ ସ୍ପେସିଆଲ୍’ ଲଞ୍ଚ କରିବାକୁ ଯାଉଛି ଯାହା ୫୦୦ ମିଲିମିଟର ଦୁଗ୍ଧର ପ୍ୟାକେଟ୍ ପାଇଁ ୨୩ ଟଙ୍କା ରହିବ।