ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ଏପ୍ରିଲ୍ ୨୦ ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ ଏବଂ ପଞ୍ଜାବ କିଙ୍ଗ୍ସକୁ ଘୁଞ୍ଚାଇ ଦିଆଯାଇଛି। ପୁଣେର ଏମସିଏ ଷ୍ଟାଡିୟମରେ ଖେଳା ଯିବାକୁ ଥିବା ମ୍ୟାଚକୁ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମକୁ ସ୍ଥାନାନ୍ତର କରାଯାଇଛି। ଦିଲ୍ଲୀ କ୍ୟାପିଟଶଲ୍ସରୁ ୫ ଜଣ ଖେଳାଳି କୋଭିଡ ପଜିଟିଭ ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ସୂଚନା ମୁତାବକ କୋଭିଡ ସକରାତ୍ମକ ମାମଲା ରିପୋର୍ଟ ଆସିବା ପରେ ସ୍ଥାନ ପରିବର୍ତ୍ତନ କରାଯାଇଛି ବୋଲି ବିସିସିଆଇ ସେକ୍ରେଟେରି ଜୟ ଶାହା ସୂଚନା ଦେଇଛନ୍ତି। ତେବେ ସୂଚନାମତାବକ ପତ୍ରିକ ଫରହାତ, ଚେତନ କୁମାର, ମିଚେଲ ମାର୍ସ,ଅଭିଜିତ ସାଲଭି, ଆକାଶ ମଣେଙ୍କ କୋଭିଡ ରିର୍ପୋଟ ସକାରତ୍ମକ ଆସିଥିଲା। ତେବେ ଏହି ମାନଙ୍କୁ ଅଲଗା ରଖାଯାଇଛି ।ତେବେ ୬ ରୁ ୭ ଦିନ ପରେ ଏମାନଙ୍କର ପୁଣିଥରେ ଟେଷ୍ଟ କରାଯିବ ରିର୍ପୋଟ ଆସିଲା ପରେ କୌଣସି ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଯାଇଛି।