ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ବଦଳିଲା ନିଷ୍ପତ୍ତି। ସେଲ୍ଫ ଫାଇନାନ୍ସ କୋର୍ସକୁ ନେଇ ବଦଳିଲା ନିଷ୍ପତ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ବହୁ ପ୍ରତିବାଦ କରାଯାଉଥିବା ବେଳେ ଏହାକୁ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ମହଲରୁ ଏହି ନିଷ୍ପତ୍ତିକୁ ବିରୋଧ କରାଯିବା ପରେ ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରାଯାଇଛି। ଆଗରୁ ଯେପରି ସରକାରି କଲେଜ ଗୁଡିକରେ ଏହି ସେଲ୍ଫ ଫାଇନାନ୍ସ କୋର୍ସ ଜାରି ରହିଥିଲା ତାହା ବର୍ତ୍ତମାନ ମଧ୍ୟ ଜାରି ରହିବ। ଆଗରୁ ୨୦ ପ୍ରତିଶତ ପିଲାମାଙ୍କୁ ଏହି କୋର୍ସ କରିବାକୁ ଅନୁମତି ଦିଆଯାଉଥିଲା। ତେଣୁ ଏହା ଦ୍ବାରା ପିଲା ମାନଙ୍କର ଶିକ୍ଷାରେ ବ୍ୟତିକ୍ରମ ଦେଖାଯାଉଥିଲା। ତେଣୁ ଏହି ନିଷ୍ପତ୍ତି ଉପରେ କାର୍ଯ୍ୟକରିବାକୁ ଆଗରୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଆଜି ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରାଯାଇଛି।